୩୮୧୦ ନୂଆ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୪ ହଜାର ୩୧କୁ ବୃଦ୍ଧି

Advertisment
୩୮୧୦ ନୂଆ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୪ ହଜାର ୩୧କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୩୮୧୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୨୮୬ ଓ ସ୍ଥାନୀୟ ଅଞ୍ଚଳରୁ ୧୫୨୪ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୧ ଲକ୍ଷ ୨୪ ହଜାର ୩୧କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୯୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ୩୨୨ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୬୨, ଗଞ୍ଜାମ ଜିଲ୍ଲାରୁ ୧୦୮, ବଲାଙ୍ଗୀର ଜିଲ୍ଲାରୁ ୪୩, ବାଲେଶ୍ବର ଜିଲ୍ଲାରୁ ୧୨୦, କୋରାପୁଟ ଜିଲ୍ଲାରୁ ୮୪, ଭଦ୍ରକ ଜିଲ୍ଲାରୁ ୧୦୭, ରାୟଗଡ଼ା ଜିଲ୍ଲାରୁ ୧୦୧, ପୁରୀ ଜିଲ୍ଲାରୁ ୧୧୭, ସୁନ୍ଦରଗଡ଼ ଜିଲ୍ଲାରୁ ୩୪, ଜଗତସିଂହପୁର ଜିଲ୍ଲାରୁ ୬୭, ସମ୍ବଲପୁର ଜିଲ୍ଲାରୁ ୮୩, କଳାହାଣ୍ଡି ଜିଲ୍ଲାରୁ ୫୭, ଯାଜପୁର ଜିଲ୍ଲାରୁ ୨୫୨, କନ୍ଧମାଳ ଜିଲ୍ଲାରୁ ୪୫, କେନ୍ଦ୍ରାପଡ଼ା ଜିଲ୍ଲାରୁ୧୦୩, ମାଲକାନଗିରି ଜିଲ୍ଲାରୁ ୩୭, ଗଜପତି ଜିଲ୍ଲାରୁ ୨୦, ମୟୂରଭଞ୍ଜ ଜିଲ୍ଲାରୁ ୧୪୨ , ଝାରସୁଗୁଡ଼ା ଜିଲ୍ଲାରୁ ୧୯୨, ଢେଙ୍କାନାଳ ଜିଲ୍ଲାରୁ ୫୧, ନବରଙ୍ଗପୁର ଜିଲ୍ଲାରୁ ୭୮, କେନ୍ଦୁଝର ଜିଲ୍ଲାରୁ ୮୪, ସୁବର୍ଣ୍ଣପୁର ଜିଲ୍ଲାରୁ ୧୦୬, ଅନୁଗୁଳ ଜିଲ୍ଲାରୁ ୭୩, ବରଗଡ଼ ଜିଲ୍ଲାରୁ ୩୯୬, ନୂଆପଡ଼ା ଜିଲ୍ଲାରୁ ୯୩, ଦେବଗଡ଼ରୁ ୭ ଓ ବୌଦ୍ଧ ଜିଲ୍ଲାରୁ ୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏବେ ରାଜ୍ୟରେ ମୋଟ୍ ୯୩, ୭୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯,୬୫୮ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe