ଚମକିବ ସୁନ୍ଦରଗଡ଼ର ୩୮୩ ଉଚ୍ଚ ବିଦ୍ୟାଳୟ

Advertisment

ପ୍ରଥମ ପର୍ଯ୍ୟାୟରେ ୫୦ଟି ମାର୍ଗଦର୍ଶନ କଲେ ୫-ଟି ସଚିବ

ପ୍ରଥମ ପର୍ଯ୍ୟାୟରେ ୫୦ଟି ମାର୍ଗଦର୍ଶନ କଲେ ୫-ଟି ସଚିବ

ଚମକିବ ସୁନ୍ଦରଗଡ଼ର ୩୮୩ ଉଚ୍ଚ ବିଦ୍ୟାଳୟ

ସୁନ୍ଦରଗଡ଼ : ଗୁଣାତ୍ମକ ଶିକ୍ଷା, ଉଜ୍ବଳ ଭବିଷ୍ୟତ। ନୂତନ ରୂପରେଖ, ନୂତନ ପଦ‌କ୍ଷେପର ସଂକଳ୍ପ ନେଇ ରାଜ୍ୟ ସରକାରଙ୍କ ୫-ଟି ଅଧୀନରେ ସରକାରୀ ଉଚ୍ଚ ବିଦ୍ୟାଳୟଗୁଡ଼ିକର ଉନ୍ନତୀକରଣ ସହ ବିଦ୍ୟାଳୟ ପରିବେଶକୁ ସମ୍ପୂର୍ଣ୍ଣ ନୂଆ ଓ ଆକର୍ଷଣୀୟ ରୂପ ଦେବାକୁ ଆରମ୍ଭ ହୋଇଛି 'ସ୍କୁଲ- ଟ୍ରାନ୍ସଫର୍ମେସନ୍‌' କାର୍ଯ୍ୟକ୍ରମ। ସୁନ୍ଦରଗଡ଼ ଜିଲ୍ଲା‌ରେ ଏହି କାର୍ଯ୍ୟକ୍ରମରେ ନୂଆ ରୂପ ପାଇବ ୩୮୩ଟି ସରକାରୀ, ଅନୁଦାନପ୍ରାପ୍ତ ଓ ଆଦିବାସୀ କଲ୍ୟାଣ ବିଭାଗର ଉଚ୍ଚ ବିଦ୍ୟାଳୟ। ପ୍ରଥମ ପର୍ଯ୍ୟାୟରେ ୫୦ଟି ଉଚ୍ଚ ବିଦ୍ୟାଳୟକୁ ହାତକୁ ନିଆଯାଇଛି। ୨୦୨୧ ଅକ୍ଟୋବର ୨ ତାରିଖ ଗାନ୍ଧୀଜୟନ୍ତୀ ସୁଦ୍ଧା ଏହାର କାମ ଶେଷ ହେବ। ସେହିପରି ୨୦୨୩-୨୪ ସୁଦ୍ଧା ସମସ୍ତ ୩୮୩ଟି ବିଦ୍ୟାଳୟ ନୂଆ ରୂପ ପାଇବ। ଏଥିପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ଓ ଓଡ଼ିଶା ଖଣିଜ କ୍ଷେତ୍ରାଞ୍ଚଳ ଉନ୍ନୟନ ନିଗମ (ଓମବାଡସି) ଅର୍ଥ ଯୋଗାଇ ଦେଇଛି।

ଆଜି ଭୁବନେଶ୍ବର ଲୋକସଭା ଭବନରୁ ଭିଡିଓ କନଫରେନ୍ସସିଂ ଯୋଗେ ରାଜ୍ୟ ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍‌ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଜିଲ୍ଲାରେ ଥିବା ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ଭିତ୍ତିଭୂମିର ଆବଶ୍ୟକ ଉନ୍ନତି ଓ ନୂତନ ରୂପରେଖ ସହ ଗୁଣାତ୍ମକ ଶିକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ୫-ଟି ସଚିବ କହିଥିଲେ। ବିଶେଷ କରି ପ‌୍ରତ୍ୟେକ ଶିକ୍ଷାନୁଷ୍ଠାନରେ ସ୍ମାର୍ଟ ଶ୍ରେଣୀକକ୍ଷ, ଇ-ପାଠାଗାର, ବିଦ୍ୟୁତ୍‌କରଣ, ପାନୀୟ ଜଳ, ଶୌଚାଳୟ, କ୍ରୀଡ଼ାର ବିକାଶ ଓ ବିଦ୍ୟାଳୟ ପରିବେଶକୁ ଆକର୍ଷଣୀୟ କରାଯିବ। ଏଥି‌‌ରେ ପିଲାଙ୍କ ପାଇଁ ‘ମୋ ବହି, ‘ଜ୍ଞାନ ବିକାଶ, ‘କ୍ୟାରିୟର କ୍ରାଫ୍ଟ, ‘ଶିକ୍ଷା ମୋବାଇଲ୍‌ ଆପ୍‌, ‘ଶିକ୍ଷା ସାଥୀ ଓ ‘ସୁନ୍ଦରଗଡ଼ ବହିପଢ଼କୁ ଯୋଡ଼ାଯାଇଛି। ଏହା ସହ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସହାୟକ ଉପକରଣ ଯୋଗାଇ ଦିଆଯାଇ ବିଶେଷଜ୍ଞଙ୍କ ଦ୍ବାରା ଏହାର ବ୍ୟବହାର ପାଇଁ ତାଲିମ ଦିଆଯିବ। ଏହି ଅବସରରେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ୪୦ଟି ବିଦ୍ୟାଳୟର ଶିକ୍ଷକ, ଛାତ୍ରଛାତ୍ରୀ ଓ ପରିଚାଳନା କମିଟି ସଦସ୍ୟଙ୍କ ସହିତ ଭାବ ବିନିମୟ ମଧ୍ୟ କରିଥିଲେ। ଓସ୍ବାନ ଭିଡିଓ କନଫରେନ୍ସିଂ ହଲରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ସମେତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ, ସମଗ୍ର ଶିକ୍ଷା ଓ ଡିଏମ୍‌ଏଫ୍‌ର ଅଧିକାରୀମାନେ ଏଥିରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe