ମାଟ୍ରିକ୍‌ ଇଂରାଜୀ ପରୀକ୍ଷାରେ ୩୮ଏମ୍‌ପି

Advertisment

୧୬ ହଜାରରୁ ଅଧିକ ଅନୁପସ୍ଥିତ

୧୬ ହଜାରରୁ ଅଧିକ ଅନୁପସ୍ଥିତ

ପିଲାଙ୍କ ଉପରୁ କମିବ ପରୀକ୍ଷା ଚାପ: ୯ମରୁ ଦ୍ବାଦଶ ମଧ୍ୟରେ ୮ ପରୀକ୍ଷା

Education Bytes

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ୍, ମଧ୍ୟମା, ରାଜ୍ୟ ମୁକ୍ତବିଦ୍ୟାଳୟର ଇଂରାଜୀ ପରୀକ୍ଷା ‌ଶେଷ ହୋଇଛି। ଦ୍ବିତୀୟ ଭାଷା ଇଂରାଜୀ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରି ମୋଟ ୩୮ଜଣ ପରୀକ୍ଷାର୍ଥୀ ଏମ୍‌ପି ହୋଇଥିବା ବେଳେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ଜଣେ ପରୀକ୍ଷାର୍ଥୀ ସ୍କ୍ବାଡ୍ ହାତରେ ଧରାପଡ଼ି ଏମ୍‌ପି ‌ହୋଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟର ସମସ୍ତ କେନ୍ଦ୍ରରେ ପରୀକ୍ଷା ଶୃଙ୍ଖଳିତ ଭାବେ ପରିଚାଳିତ ହେଇଥିବା ଜଣାପଡ଼ିଛି। କିନ୍ତୁ ପ୍ରଥମ ଭାଷା ପରୀକ୍ଷା ଭଳି ଆଜି ଦ୍ବିତୀୟ ଭାଷା (ଇଂରାଜୀ)ରେ ମଧ୍ୟ ବିଭିନ୍ନ କେନ୍ଦ୍ରରେ ବହୁ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ଜଣାପଡ଼ିଛି। ବିଭିନ୍ନ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦ୍ବିତୀୟ ଦିନ ପରୀକ୍ଷାରେ ୧୬ ହଜାରରୁ ଅଧିକ ମାଟ୍ରିକ୍ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ବେଳେ ମୁକ୍ତ ବିଦ୍ୟାଳୟରେ ୬ଶହରୁ ଅଧିକ ଓ ମଧ୍ୟମା ବର୍ଗରେ ୫ଶହରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇ ନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe