ଏମ୍ସ ଭୁବନେଶ୍ବରକୁ ଆସିବ ଆହୁରି ୩୯ଟି ମୃତଦେହ: ଆଶୁତୋଷ ବିଶ୍ବାସ

Advertisment
ଏମ୍‌ସ୍‌ରୁ ଧଉଳି ୨୦୦ ଫୁଟିଆ ରାସ୍ତା ଯୋଜନା: ବାଧକ ହେବ ଅଣଓସାରିଆ ଏମ୍‌ସ୍‌ ଅଣ୍ଡରପାସ୍‌

currentaffairs.adda247.com

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗାରେ ଗତ ୨ ତାରିଖରେ ଦୁର୍ଘଟଣାର ଶିକାର ହୋଇଥିବା ୨୮୮ ଜଣ ଯାତ୍ରୀଙ୍କ ଏଯାଏଁ ମୃତ୍ୟୁ ହୋଇସାରିଛି। ଏମାନଙ୍କର ମଧ୍ୟର ଏମ୍ସ ଭୁବନେଶ୍ବରକୁ ଏପର୍ଯ୍ୟନ୍ତ ୧୨୩ଟି ମୃତଦେହ ଆସିସାରିଛି। କିନ୍ତୁ ଆହୁରି ୩୯ଟି ମୃତଦେହ ଆସିବ ବୋଲି ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ଆଶୁତୋଷ ବିଶ୍ୱାସ ମଙ୍ଗଳବାର ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

publive-image

ଶ୍ରୀ ବିଶ୍ବସା କହିଛନ୍ତି ଯେ, ସବୁ ମୃତଦେହ କେବଳ ଏମ୍ସରେ ରହିବ। ଆମ ପାଖରେ ସବୁ ସାଧନ ଅଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଦ୍ଵାରା ଅନୁମୋଦିତ ୩ କଣ୍ଟେନରରେ ରହିଛି ୪୧ ଶରୀର। ଆସନ୍ତାକାଲି (ବୁଧବାର) ସୁଦ୍ଧା ଆସିପାରେ ଅନ୍ୟାନ୍ୟ ମୃତଦେହ। ଏପର୍ଯ୍ୟନ୍ତ ୧୨୩ ରୁ ୭୧ଟି ମରଶରୀରକୁ ସେମାନଙ୍କର ପରିବାର ଳୋକଙ୍କୁ ହସ୍ତାନ୍ତର ସରିଛି। ୫୨ଟି ମୃତଦେହ ଏବେ ଏମ୍ସରେ ରହିଛି। ଦୁଇ ଜଣ ଗୁରୁତର ଲୋକ ଏବେ ସୁସ୍ଥ ଅଛନ୍ତି। ଚିହ୍ନଟ କରିବାରେ ଅସୁବିଧା ହେଲେ ସେଠାରେ ଡିଏନ୍‌ଏ ପରୀକ୍ଷା ହେଉଛି।

ଟ୍ରେନ୍‌ ଦୁର୍ଘଟଣାରେ ମୃତ ୨୮୮ ଜଣଙ୍କ ମଧ୍ୟରୁ ୨୦୫ଟି ମୃତଦେହ ଚିହ୍ନଟ ହୋଇଛି। ଏଗୁଡ଼ିକ ହସ୍ତାନ୍ତର କରାଯାଇସାରିଛି। ଆହୁରି ୮୩ଟି ମୃତଦେହ ଚିହ୍ନଟ କରାଯାଇପାରି ନାହିଁ। ତେଣୁ ସେଗୁଡ଼ିକର ଡିଏନ୍‌ଏ ନମୁନା ରଖାଯାଇଛି। ଦିଲ୍ଲୀରେ ଏଗୁଡ଼ିକର ଡିଏନ୍‌ଏ ନମୁନା ପରୀକ୍ଷା ହେବ। ଅଚିହ୍ନା ଏବଂ ଦ୍ଵନ୍ଦ ସୃଷ୍ଟି କରୁଥିବା ମୃତଦେହର ଅଗ୍ରାଧିକାର ଅନୁସାରେ ଡିଏନ୍‌ଏ ଟେଷ୍ଟ କରାଯିବ। ରିପୋର୍ଟ ଆସିବା ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରାଯିବ। ଭୁବନେଶ୍ୱର ସମେତ ବାହାରେ ଥିବା ସମସ୍ତ ମୃତଦେହକୁ ଏମ୍ସ ଅଣାଯିବ।  ଗୋଟିଏ ଜାଗାରେ ମୃତଦେହ ରହିଲେ ମୃତକଙ୍କ ପରିବାରଙ୍କୁ ଗୋଟିଏ ଜାଗାରୁ ମିଳିବ। ଏବେ ସୁଦ୍ଧା ୧୧ ଶହ ଆହତ ଙ୍କ ମଧ୍ୟରୁ ବିଭିନ୍ନ ହସ୍ପିଟାଲରେ ୧୬୦ ଚିକିତ୍ସିତ ହେଉଛନ୍ତି। ସେଥିରୁ ଅଧିକାଂଶ ଆହତ କଟକରେ ଚିକିତ୍ସିତ ହେଉଛନ୍ତି। ୮୦ରୁ ୮୫ ମୃତଦେହ ଏବେ ବି ଚିହ୍ନଟ ହୋଇନାହିଁ। ଏବେ ବି ଲୋକେ ଚିହ୍ନଟ ହେଇପାରୁନାହିଁ। ଯେଉଁ ଗୁଡ଼ିକ ଚିହ୍ନି ହେଉନାହିଁ ସେଗୁଡିକରେ ଡିଏନ୍‌ଏ ଟେଷ୍ଟ ମାଧ୍ୟମରେ ଆଇଡିଣ୍ଟିଫିକେସନ ମାର୍କକୁ ଦେଖି ମୃତଦେହ ହସ୍ତାନ୍ତର କରାଯାଉଛି। ରେଳବାଇ ଏବେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ଏହାଯୋଗୁଁ ଯୋଗାଯୋଗ ହେବା ବଢ଼ିଛି। ଶବ ନେବାପାଇଁ ଲୋକଙ୍କ ସଂଖ୍ୟା ମଧ୍ୟ ବଢ଼ିଛି ବୋଲି କହିଛନ୍ତି ଡିଆରଏମ୍‌ ଖୋର୍ଦ୍ଧା ରିଙ୍କେଶ ରାୟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe