Odisha Bytes
ଭଦ୍ରକ: ଚରମ୍ପା ଅଞ୍ଚଳରେ ଏକ ବାଇକ୍ ଡ଼ିକି ଭାଙ୍ଗି ଦୂର୍ବୁତ୍ତମାନେ ନଗଦ ୪୦ ହଜାର ଟଙ୍କା ସହ ୩୯ ଗ୍ରାମ ଓଜନର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଭଦ୍ରକ ଟାଉନ ଥାନା ଅଧିନ ଚରମ୍ପାସ୍ଥିତ ଏସବିଆଇ ଏଟିଏମ ସମ୍ମୁଖରୁ ଏହି ଲୁଟ ହୋଇଛି। ଲିଖିତ ଅଭିଯୋଗ ଅନୁଯାୟୀ ଶଶିକାନ୍ତ ପୃଷ୍ଟି ନାମକ ଜନୈକ ବ୍ୟବସାୟୀ ବାଇକ ରଖି ଏଟିଏମ ରୁ ଟଙ୍କା ଉଠାଇଥିଲେ। ଏଟିଏମରୁ ବାହାରିବା ପରେ ଗାଡିର ଡ଼ିକି ଖୋଲାଥିବା ଦେଖିଥିଲେ। ତେବେ ଗାଡ଼ିରେ ଥିବା ନଗଦ ୪୦ ହଜାର ଟଙ୍କା ଓ ୩୯ ଗ୍ରାମ ଓଜନର ସୁନା ଅଳଙ୍କାର ସହ ବ୍ୟାଙ୍କ ପାସବୁକ ଓ କେତେକ କାଗଜପତ୍ର ଚୋରି ହୋଇଯାଇଥିଲା। ଏନେଇ ସେ ଭଦ୍ରକ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଶଶିକାନ୍ତଙ୍କ ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିବା ବେଳେ ଦୁର୍ବୃତ୍ତଙ୍କ ସମ୍ପର୍କରେ କିଛି ଟେର ପାଇନାହିଁ।
Follow Us