ରାଜ୍ୟର ୩୯ଜଣ ପୁଲିସ ଅଧିକାରୀଙ୍କୁ ପୁଲିସ ପଦକ

ରାଜ୍ୟର ୩୯ଜଣ ପୁଲିସ ଅଧିକାରୀଙ୍କୁ ପୁଲିସ ପଦକ

ଭୁବନେଶ୍ୱର: ଓଡ଼ିଶାର ୩୯ଜଣ ପୁଲିସ କର୍ମଚାରୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ ସେବା ପାଇଁ ସ୍ୱାଧୀନତା ଦିବସ ଅବସରରେ ସମ୍ମାନଜନକ ପୁଲିସ ପ୍ରଦକ ପ୍ରଦାନ କରାଯାଇଛି।

ସାହସିକତା ପାଇଁ ୨୬ଜଣ ପୁଲିସ ଅଧିକାରୀଙ୍କୁ ପୁଲିସ ପଦକ ପ୍ରଦାନ କରାଯାଉ ଥିବା ବେଳେ ଦୁଇ ଜଣ ଅଧିକାରୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ ସେବା ପାଇଁ ଏବଂ ୧୧ଜଣ ପୁଲିସ ଅଧିକାରୀଙ୍କୁ ସେମାନଙ୍କର ପ୍ରଶଂସନୀୟ ସେବା ଲାଗି ପୁଲିସ ପଦକ ପ୍ରଦାନ କରାଯିବ।

publive-image

ଆସନ୍ତା ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ମିନିଟ୍‌ରେ ଜୟଦେବ ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହି ପଦକ ପ୍ରଦାନ କରାଯିବ ବୋଲି ସରକାରୀ ସୂତ୍ରରୁ ଜଣାଯାଇଛି।

ସାହସିକତା ପାଇଁ ପୁଲିସ ପଦକ

୧. ଏଏସ୍‌ଆଇ ସୁନୀଲ କୁମାର ନନ୍ଦ
୨. ହାବିଲ୍‌ଦାର୍‌ କମଳେନ୍ଦୁ ଷଡଙ୍ଗୀ
୩. କନଷ୍ଟେବଳ ମଦନ କିଷାନ
୪.କନ୍‌ଷ୍ଟେବଳ ଆଥନାସିୟାସ୍‌ ଜୋଜୋ
୫. କନ୍‌ଷ୍ଟେବଳ ମୁକେଶ କୁମାର ବ୍ରହ୍ମା
୬. ସୁବେଦାର୍‌ ବିଦ୍ୟାଧର ସେଠୀ
୭. କମାଣ୍ଡୋ ବିଶାଲ୍‌ ବୋମ୍‌ବାମ୍‌
୮. ହାବିଲଦାର ଧୃବ ବାହାଦୁର ବାସ୍‌ନେଟ୍‌
୯. କମାଣ୍ଡୋ ରାଜେନ୍ଦ୍ର ମାଲ୍ଲା
୧୦. କମାଣ୍ଡୋ ଦୀପକ ସିଂହ କନ୍‌ଓ୍ଵାର
୧୧. ହାବିଲଦାର ରାଜେଶ ବିଶ୍ୱକର୍ମା
୧୨. ଅତିରିକ୍ତ ଏସ୍‌ପି ନିରଞ୍ଜନ ସାହୁ
୧୩. ହାବିଲଦାର କେଶବ ସୀମା
୧୪. ହାବିଲଦାର ଜିତେନ୍ଦ୍ର କୁମାର ଦାସ
୧୫. କନ୍‌ଷ୍ଟେବଳ ସିନୀୟା ଶେଶର ବେପାରୀ
୧୬. କନ୍‌ଷ୍ଟେବଳ ଉର୍ଦ୍ଧବ ଚାଲାଣ
୧୭. କନ୍‌ଷ୍ଟେବଳ କାହ୍ନଚରଣ ମାଝି
୧୮. କନ୍ଧମାଳ ଏସ୍‌ ପି ପ୍ରତୀକ ସିଂହ
୧୯. ସୁବେଦାର୍‌ ରବୀନ୍ଦ୍ର ଶବର
୨୦. ସୁବେଦାର ଅଶୋକ କୁମାର ରଥ
୨୧. ହାବିଲଦାର ଆଲୋକ କୁମାର ସେଠୀ
୨୨. କମାଣ୍ଡୋ ଧନଞ୍ଜୟ ବରାଡ
୨୩. କମାଣ୍ଡୋ କୃଷ୍ଣଚନ୍ଦ୍ର ପିଙ୍ଗ
୨୪. କମାଣ୍ଡୋ ସନ୍ତୋଷ କୁମାର ଧାନ୍‌
୨୫. ଓଏପିଏଫ୍‌ ଜଗନ୍ନାଥ କହଁର
୨୬. କନେଷ୍ଟବଳ ମଧୁସୂଦନ ମଲ୍ଲିକ

ଉଲ୍ଲେଖନୀୟ ସେବା ପାଇଁ ପୁଲିସ ପଦକ

୧. ଡିଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର
୨. ଅତିରିକ୍ତ ଏସ୍‌ପି ଅସୀମ କୁମାର ପଣ୍ଡା

ପ୍ରଶଂସନୀୟ ସେବା ପାଇଁ ପୁଲିସ ପଦକ

୧. କମାଣ୍ଡାଣ୍ଟ ନବ କିଶୋର ଦାସ
୨. କମାଣ୍ଡାଣ୍ଟ ଅଜୟ କୁମାର ପାଢ଼ୀ
୩. ଡିଏସ୍‌ପି ଅଶୋକ କୁମାର ଦେଓ
୪. ଏସିପି (ସିକ୍ୟୁରିଟି) ପ୍ରଫୁଲ୍ଲ କୁମାର ସିଂହ
୫. ଡିଏସ୍‌ପି ପଦ୍ୟୁମ୍ନ କୁମାର ଦ୍ୱିବେଦୀ
୬. ଡିଏସ୍‌ପି ଶ୍ରୀମତୀ ସ୍ନିଗ୍ଧା ବିଶ୍ୱାଳ
୭. ଇନ୍ସପେକ୍ଟର ବିକ୍ରମ କେଶରୀ ଜେନା
୮. ଏସ୍‌.ଆଇ ବ୍ରହ୍ମାନନ୍ଦ ପଣ୍ଡା
୯. ଏ.ଏସ୍‌.ଆଇ କୌଳାସଚନ୍ଦ୍ର ପ୍ରଧାନ
୧୦. ଦାବିଲଦାର ଆଲେକ୍‌ଜାଣ୍ଡର କୁଜୁର
୧୧. କନ୍‌ଷ୍ଟେବଳ ବିପ୍ରଚରଣ ଗୌଡ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe