ପରୀ ହତ୍ୟା ମାମଲାର ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେଲା ଏସଆଇଟି

ପରୀ ହତ୍ୟା ମାମଲାର ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେଲା ଏସଆଇଟି

ଭୁବନେଶ୍ବର :ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେଲା ଏସଆଇଟି । ରିମାଣ୍ଡରେ ନେବାକୁ ଏସଆଇଟିକୁ ଅନୁମତି ଦେଲେ ପକ୍ସୋ କୋର୍ଟ । ୪ ଦିନିଆ ରିମାଣ୍ଡରେ ନେବାକୁ ଏସଆଇଟି ଆବେଦନ କରିଥିବା ବେଳେ ୩ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ । ମାମଲାର ଶୁଣାଣି ପକ୍ସୋକୋର୍ଟରେ ହିଁ ଚାଲିବ । ଆଜି ଅଭିଯୁକ୍ତକୁ କୋର୍ଟରେ ହାଜର କରିଥିଲା ଏସଆଇଟି ।

ନୟାଗଡ ପରୀ ହତ୍ୟା ମାମଲାରେ ଜଣଙ୍କୁ ଗିରଫ କରାଯାଇଥିଲା । ଅଭିଯୁକ୍ତ ଜଣକ ଯଦୁପୁର ଗାଁର ବୋଲି ସୂଚନା ମିଳିଛି । ଅଭିଯୁକ୍ତ ବିରୋଧରେ ୩୬୪, ୩୦୨, ୨୦୧, ୩୬୭-ଓ, ୩୭୬-ଏବି ଆଇପିସି ଧାରାରେ ମାମଲା ରୁଜୁ ହୋଇଛି ।

ଏ ମଧ୍ୟରେ ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପ୍ରଥମ ଅଭିଯୁକ୍ତର ଗିରଫଦାରୀ ପରେ  ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି ଯେ ଅଭିଯୁକ୍ତ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିବା ପରେ ତାକୁ ଗିରଫ କରାଯାଇଛି। ଥରେ ନୁହେଁ, ଗତ ୧୦ ଦିନ ମଧ୍ୟରେ ବହୁବାର ପଚରାଉଚରା ପରେ ଏସଆଇଟି ପକ୍ଷରୁ ଅଭିଯୁକ୍ତକୁ ଗିରଫ କରାଯାଇଛି। କେବଳ ସେତିକି ନୁହେଁ, ପୂର୍ବରୁ ଜିଲ୍ଲା ପୁଲିସ ପକ୍ଷରୁ ମଧ୍ୟ ତାକୁ ଜେରା କରାଯାଇଥିବା ଶ୍ରୀ ବୋଥ୍ରା ସ୍ପଷ୍ଟ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ ଆମେ ତଦନ୍ତର ଦ୍ବିତୀୟ ପାହାଚରେ ରହିଛୁ। ପ୍ରଥମେ ଆମେ ଅନୁସନ୍ଧାନ କରିଥିଲୁ କାହିଁ ଘଟଣା ଘଟିଲା? ତା’ପଛର କାରଣ କ’ଣ ରହିଛି? ଆମେ ପ୍ରାଥମିକ ତଦନ୍ତ ପରେ ସ୍ପଷ୍ଟ ହେଲୁ ଯେ ଯୌନ ନିର୍ଯାତନା ଅପରାଧର ମୁଖ୍ୟ କାରଣ। ଯୌନ ନିର୍ଯାତନା ପରେ ହତ୍ୟା କରାଯାଇଛି। ତଦନ୍ତ ଖୁବ୍ କମ୍ ଦିନରେ ହୋଇଥିଲେ ମଧ୍ୟ ଏହାକୁ ନେଇ ଆମେ ସନ୍ତୁଷ୍ଟ ଅଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe