ରାଜଧାନୀରେ ଅଘଟଣ : ବିଦ୍ୟୁତ୍ ଆଘାତରେ ଶିଶୁ ସମେତ ୨ ଯାଆ ମୃତ

Advertisment
୧୧କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଳିଗଲା ମାଙ୍କଡ଼, ଚାଷୀ ମୃତ

The Hawk

ଭୁବନେଶ୍ୱର : ବାଲ୍‌କୋନିରେ ଠିଆ ହୋଇଥିବା ବେଳେ ବିଦ୍ୟୁତ୍‌ ଆଘାତ ଯୋଗୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟ‌ରେ ଜଣେ ୬ ବର୍ଷର ଶିଶୁପୁତ୍ର ଓ ୨ ଜଣ ମହିଳା ଅଛନ୍ତି। ଆଜି ଅପରାହ୍ଣରେ ଖଣ୍ଡଗିରି ଥାନା ଡୁମୁଡୁମା ଅଞ୍ଚଳରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣା ରାଜଧାନୀରେ ଆଲୋଡ଼ନ ସୃଷ୍ଟି କରିଛି। ବାଳ୍‌କୋନିରେ ଲାଗିଥିବା ଷ୍ଟିଲ୍‌ ବାଡ଼ରେ ବିଦ୍ୟୁତ୍ ପ୍ରବାହିତ ହୋଇଥିବାରୁ ଏହି ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଥିଲେ ବି ଏହାକୁ ନେଇ ଅଧିକ ଖୋଳତାଡ଼ ଜାରି ରହିଥିବା ପୁଲିସ ସୂଚନା ଦେଇଛି। ପୁଲିସ ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଏମ୍‌ସ ହସ୍‌ପିଟାଲରେ ରଖିଛି। ଏହି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ସୂଚନାନୁସାରେ ମୃତକମାନେ ହେଉଛନ୍ତି ଡୁମୁଡୁମା ରଘୁନାଥନଗର ସତ୍ୟନଗରର ମହମ୍ମଦ ତବାରକ୍‌ଙ୍କ ପତ୍ନୀ ଲାଡ୍‌ଲି ପର୍‌ବିନ୍‌, ତାଙ୍କର ୬ବର୍ଷର ପୁଅ ତବ୍‌ରାଜ୍‌ ଆଲମ୍‌ ଏବଂ ଲାଡ୍‌ଲିଙ୍କ ଯା’ ନାଜୁର୍‌ ଖାତୁନ୍‌। ବିହାରର ମୂଳ ଅଧିବାସୀ ମହମ୍ମଦ ତବାରକ୍‌ ନିଜର ଘର କରି ଖଣ୍ଡଗିରି ଥାନା ରଘୁନାଥନଗର ନିକଟସ୍ଥ ସତ୍ୟନଗରରେ ପରିବାର ସହ ରୁହନ୍ତି। ସବୁଦିନ ଭଳି ଆଜି ସକାଳୁ ତବାରକ୍‌ ଓ ସାନ ଭାଇ କାମକୁ ଯାଇଥିଲେ। ଅନ୍ୟମାନେ ସମସ୍ତେ ଘରେ ଥିଲେ। ଅପରାହ୍ଣ ୩ଟାରେ ବର୍ଷା ହେଉଥିବାବେଳେ ଲାଡ୍‌ଲି ଓ ପୁଅ ତବ୍‌ରାଜ୍‌ ଆଲମ୍‌ ବାଲ୍‌କୋନିକୁ ଆସିଥିଲେ। ଆଲ୍‌ମ ଷ୍ଟିଲ୍‌ ବାଡ଼କୁ ଧରି ଛଟପଟ ହୋଇଥିଲା। ସେତେବେଳକୁ ବାଡ଼ରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଉଥିଲା। କିନ୍ତୁ କଣ ହେଲା ଜାଣି ନ ପାରି ପୁଅକୁ ଉଠାଇ ଆଣିବାବେଳକୁ ଲାଡ୍‌ଲିଙ୍କୁ ମଧ୍ୟ ବିଦ୍ୟୁତ୍ ଧକ୍କା ଲାଗିଥିଲା। ସେ ଚିତ୍କାର କରି ତଳେ ପଡ଼ି ଯାଇଥିଲେ। ଉଭୟଙ୍କ ଚିତ୍କାର ଶୁଣି ଲାଡ୍‌ଲିଙ୍କ ଯା’ ନାଜୁର୍‌ ଉପରକୁ ଧାଇଁ ଯାଇ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ତାଙ୍କୁ ମଧ୍ୟ ବିଦ୍ୟୁତ୍ ଆଘାତ ଲାଗିଥିଲା ଓ ସେ ଛଟପଟ ହୋଇ ତଳେ ପଡ଼ି ଯାଇଥିଲେ। ମାତ୍ର କେଇ ମିନିଟ୍‌ ମଧ୍ୟରେ ସେମାନଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ବାହାରେ ଥାଇ ଅନ୍ୟମାନେ ଦେଖୁଥିଲେ ମଧ୍ୟ କିଛି କରିପାରିନଥିଲେ। ପରେ ବିଦ୍ୟୁତ ବିଚ୍ଛିନ୍ନ କରାଯାଇଥିଲା ଓ ସେମାନଙ୍କୁ ଏମ୍ସ ନିଆ ଯାଇଥିଲା। ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଥିଲା। ତିନିଜଣଙ୍କ ମୃତ୍ୟୁକୁ ନେଇ ପୁଲିସ ତିନୋଟି ଅପମୃତ୍ୟୁ ମାମଲା ରୁଜୁ କରିଛି। ତେବେ କେଉଁ ପରିସ୍ଥିତିରେ ବାଲ୍‌କୋନିର ଷ୍ଟିଲ୍‌ ବାଡ଼କୁ ବିଦ୍ୟୁତ୍‌ ସ୍ରୋତ ପ୍ରବାହିତ ହେଲା, ତାହା ସ୍ପଷ୍ଟ ହୋଇନାହିଁ। ସେ ନେଇ ଖୋଳତାଡ଼ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe