ବାଇକ୍‌ ସୋ ରୁମ୍ ତାଲା ଭାଙ୍ଗି ୩ ଲକ୍ଷ ଟଙ୍କା ଲୁଟ, ସିସି କ୍ୟାମେରା ଡିଭିଆର୍‌ ବି ନେଇଗଲେ

Advertisment
ବାଇକ୍‌ ସୋ ରୁମ୍ ତାଲା ଭାଙ୍ଗି ୩ ଲକ୍ଷ ଟଙ୍କା ଲୁଟ, ସିସି କ୍ୟାମେରା ଡିଭିଆର୍‌ ବି ନେଇଗଲେ

ବ୍ରହ୍ମପୁର: ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଖୋଡ଼ାସିଙ୍ଗିରେ ଥିବା ବାଇକ୍‌ ସୋ' ରୁମ୍‌ ତାଲା ଭାଙ୍ଗି ଲୁଟେରାମାନେ ପ୍ରାୟ ୩ ଲକ୍ଷ ଟଙ୍କା ଲୁଟି ଚମ୍ପଟ ମାରିଛନ୍ତି। ସେହିପରି ସିସି କ୍ୟାମେରା ଫୁଟେଜ୍‌ ନଷ୍ଟ କରିବା ପାଇଁ ଡିଭିଆର୍‌ ମଧ୍ୟ ସାଙ୍ଗରେ ନେଇ ଯାଇଛନ୍ତି ଲୁଟେରା। ଟାଉନ୍ ଏସ୍‌ଡିପିଓ ବିଷ୍ଣୁପ୍ରସାଦ ପତି ଓ ବୈଦ୍ୟନାଥପୁର ଥାନାଧିକାରୀ ସାରଦା ପ୍ରସନ୍ନ ଦାଶ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସାଇଣ୍ଟିଫିକ୍‌ ଟିମ୍‌ ବିଭିନ୍ନ ସ୍ଥାନରୁ ଲୁଟେରାଙ୍କ ଫିଙ୍ଗର୍‌ ପ୍ରିଣ୍ଟ୍‌ ସଂଗ୍ରହ କରିଥିଲା। ତଦନ୍ତରେ ସନ୍ଧାନୀ କୁକୁରର ସହାୟତା ମଧ୍ୟ ନିଆଯାଇଥିଲା। ହେଲେ ଅଦ୍ୟାବଧି ଲୁଟେରାଙ୍କ କିଛି ଖାସ୍‌ ସୁରାକ୍‌ ମିଳି ନାହିଁ।

ଖୋଡ଼ାସିଙ୍ଗିରେ ରହିଛି ଭେସ୍‌ପା କମ୍ପାନିର ବାଇକ୍‌ ସୋ' ରୁମ୍‌। ପ୍ରତିଦିନ ଭଳି ଗତରାତି ମ୍ୟାନେଜର୍‌ ଓ ଅନ୍ୟମାନେ ସୋ' ରୁମ୍‌ ବନ୍ଦ କରି ଘରକୁ ଯାଇଥିଲେ। ରାତିରେ ଜଣେ ଜଗୁଆଳି ସେଠାରେ ଜଗୁଛନ୍ତି। ସେ ବିଭିନ୍ନ ସମୟରେ ରାତିରେ ସୋ' ରୁମ୍‌ ଚାରିପଟେ ବୁଲି ପହରା ଦେଇଥାନ୍ତି। ଭୋର୍‌ ପ୍ରାୟ ସାଢ଼େ ୩ଟା ସମୟରେ ଜଗୁଆଳି ଜଣକ ସୋ' ରୁମ୍‌ ପଛପଟେ ଯାଇଥିବା ବେଳେ ୱାର୍କସପ୍‌ର ସମସ୍ତ ଲାଇଟ୍‌ ବନ୍ଦ ରହିଥିବା ଦେଖିବାକୁ ପାଇଥିଲେ। କିଛି ଅଘଟଣ ଘଟିଥିବା ସନ୍ଦେହ କରି ସେ ତୁରନ୍ତ ସୋ' ରୁମ୍‌ ମାଲିକ ପାର୍ଥ ପାଢ଼ୀଙ୍କୁ ଫୋନ୍‌ କରିଥିଲେ। ମାଲିକ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ପରେ ସୋ' ରୁମ୍‌ର ପଛପଟ ସଟର୍‌ ତାଲା ଭଙ୍ଗା ଯାଇଥିବା ବେଳେ ତାହା ଅଧା ଖୋଲା ରହିଥିବା ଦେଖିବାକୁ ପାଇଥିଲେ। ଭିତରକୁ ଯାଇ ଦେଖିବା ବେଳେ ଜିନିଷ ପତ୍ର ଫିଙ୍ଗାଫୋପଡ଼ା ହୋଇଥିଲା। କ୍ୟାସ୍‌ କାଉଣ୍ଟର୍‌ ଡ୍ରୟର୍‌ ଖୋଲା ରହିଥିବା ବେଳେ ଆଲମିରା ମଧ୍ୟ ଭଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା। ଚୋର ଗ୍ୟାଙ୍ଗ୍‌ ପ୍ରାୟ ୩ଲକ୍ଷ ଟଙ୍କା ନେଇ ଚମ୍ପଟ୍‌ ମାରିଥିବା ମାଲିକ ଶ୍ରୀ ପାଢ଼ୀ ଥାନାରେ ଅଭିଯୋଗ କରିଛନ୍ତି। ଥାନାରେ ମାମଲା ରୁଜୁ କର ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe