ବୌଦ୍ଧ ମହୋତ୍ସବର ତୃତୀୟ ସଂଧ୍ୟା, ସାଂସ୍କୃତିକ କାର୍ଯ୍ୟକ୍ରମରେ କମ୍ପିଲା ମଞ୍ଚ

Advertisment
ବୌଦ୍ଧ ମହୋତ୍ସବର ତୃତୀୟ ସଂଧ୍ୟା, ସାଂସ୍କୃତିକ କାର୍ଯ୍ୟକ୍ରମରେ କମ୍ପିଲା ମଞ୍ଚ

ବୌଦ୍ଧ: ପରେଡ ପଡ଼ିଆରେ ଚାଲିଥିବା ବୌଦ୍ଧ ମହୋତ୍ସବ ତୃତୀୟ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଞ୍ଚ କମ୍ପିଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବରେ ଜିଲ୍ଲା ଜଜ୍‌ ବିକ୍ରମ ପ୍ରଧାନ, ତାଙ୍କ ପତ୍ନୀ ସୁଜାତା ପ୍ରଧାନ, ଏସ୍‌ପି ପ୍ରହଲ୍ଲାଦ ସହାୟ ମୀନା, ତାଙ୍କ ପତ୍ନୀ ଆଶା ମୀନା ଓ ଜିଲ୍ଲାପାଳଙ୍କ ପତ୍ନୀ ଅନସୂୟା ସାହୁ ଯୋଗ ଦେଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଶାଶ୍ବତ ଯୋଶୀଙ୍କ କନ୍ୟା ଶ୍ରେୟାନ୍‌ଭି ଯୋଶୀ ଏକକ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ।

ଏଥି ସହିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ଗଣେଶ ବନ୍ଦନା, ଢେଙ୍କାନାଳ ଶିବାୟ ଡାନ୍ସ ଗ୍ରୁପର ‘କୃଷ୍ଣ’, ବଡ଼ବନ୍ଧ ଆଶ୍ରମ ସ୍କୁଲର ଛାତ୍ରଛାତ୍ରୀଙ୍କ ସମ୍ବଲପୁରୀ ନୃତ୍ୟ, ଜଗତିର ଗନ୍ଧରାଡ଼ି କଳା ପରିଷଦର ଆଦିବାସୀ ଲୋକନୃତ୍ୟ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପୌରାଣିକ ନୃତ୍ୟ, ଗୌରୀ ଶଙ୍କର ପବ୍ଲିକ ସ୍କୁଲର ସମ୍ବଲପୁରୀ ନୃତ୍ୟ ଓ ଶାଶ୍ବତ ଯୋଶୀଙ୍କ ଦ୍ବାରା ଡାନ୍‌ସ ଡ୍ରାମା ପ୍ରଦର୍ଶିତ ହୋଇଥିଲା। ରାଜ୍ୟ ଲୋକକଳା ସଂସ୍କୃତି ସଂଘର ଉପସଭାପତି ଅବନୀ ମିଶ୍ର ମଞ୍ଚ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe