ଭୁବନେଶ୍ୱର: ଓଡ଼ିଶା ନବୀକରଣୀୟ ଶକ୍ତି ନିବେଶକ ସମ୍ମିଳନୀର ତୃତୀୟ ସଂସ୍କରଣ ଭୁବନେଶ୍ୱରରେ ସଫଳ ଭାବେ ଆୟୋଜିତ ହୋଇଛିl ଏହା ଓଡ଼ିଶାର ସ୍ୱଚ୍ଛ ଶକ୍ତି ନେତୃତ୍ୱକୁ ଆହୁରି ସୁଦୃଢ଼ କରିପାରିଛି। ଗ୍ରିଡକୋ ଲିମିଟେଡ୍ ଓ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀରେ ରାଜ୍ୟର ନବୀକରଣୀୟ ଶକ୍ତି ନିବେଶକୁ ତ୍ୱରାନ୍ୱିତ କରିବା ପାଇଁ ନୀତି ନିର୍ଦ୍ଧାରକ, ନିବେଶକ, ଆର୍ଥିକ ପ୍ରତିଷ୍ଠାନ, ପ୍ରଯୁକ୍ତିବିଦ୍ୟା ପ୍ରଦାନକାରୀ ଏବଂ ଶିଳ୍ପ ଜଗତର ପ୍ରମୁଖ ବ୍ୟକ୍ତି ବିଶେଷ ଏକତ୍ରିତ ହୋଇଛନ୍ତି। ଅନ୍ତର୍ଜାତୀୟ ସଂସ୍ଥା (iFOREST) ନଲେଜ ପାର୍ଟନର ଭାବେ କାର୍ଯ୍ୟ କରୁଛି।
ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ ଦେଓଙ୍କ କରକମଳରେ ରାଜ୍ୟର ପ୍ରଥମ ପବନ ଚାଳିତ ୧୫୦ମିଟର ମାଷ୍ଟ (Wind Resource Assessment Mast ) ଏବଂ ଓଡ଼ିଶାର୬ ଟି ସହର ପାଇଁ City Accelerator କାର୍ଯ୍ୟକ୍ରମର ଶୁଭାରମ୍ଭ ସହିତ ପ୍ରାୟ ୬୭୦୦୦ କୋଟି ଟଙ୍କାର ନିବେଶ ହୋଇଛି ।
ଏହି କନକ୍ଲେଭକୁ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦଘାଟନ କରିଛନ୍ତି। ଉଦଘାଟନୀ ଅଧିବେଶନ ଅଭିଭାଷଣରେ ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦେଶର ନବୀକରଣୀୟ ଶକ୍ତି କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ପ୍ରତିବଦ୍ଧ। ୨୦୩୦ ସୁଦ୍ଧା ଭାରତ ସୁଦ୍ଧା ୫୦୦ ଗିଗାୱାଟ କ୍ଷମତା ବିଶିଷ୍ଟ ଅଣ-ଜୀବାଶ୍ମ ଶକ୍ତିସମ୍ପନ୍ନ ରାଷ୍ଟ୍ର ହେବାକୁ ଲକ୍ଷ୍ୟ ରଖିଛି ଏବଂ ସମତାଳରେ ଓଡ଼ିଶା ଏଥିରେ ଅର୍ଥପୂର୍ଣ୍ଣ ଯୋଗଦାନ ଦେଉଛି। ଉପକୂଳ ରାଜ୍ୟ ଭାବେ ଓଡ଼ିଶାରେ ସୌର ଏବଂ କ୍ଷୁଦ୍ର ଜଳବିଦ୍ୟୁତ ସହିତ ପବନ ଶକ୍ତି ବିକାଶ ପାଇଁ ବିଶେଷ ସମ୍ଭାବନା ରହିଛିl ନିୟାମକ କ୍ଷେତ୍ରରେ ଆମେ ଦୃଢ଼ ନୀତି ଓ ଅନୁକୂଳ ଅନୁମୋଦନ ପ୍ରକ୍ରିୟା ପ୍ରଦାନ କରୁଛୁ। ଏହି ଦୁଇ ଦିନିଆ ନିବେଶକ ସମ୍ମିଳନୀ ଓଡ଼ିଶାର ନବୀକରଣୀୟ ଶକ୍ତିର ଅଭିବୃଦ୍ଧିକୁ ସମର୍ଥନ କରିବା ସହ ଦେଶ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହେବ।
ଆହୁରି ପଢ଼ନ୍ତୁ: Asian Shooting: ଏସୀୟ ସୁଟିଂ: ସ୍ବର୍ଣ୍ଣ ଜିଣିଲେ ତୋମର୍
ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ କହିଛନ୍ତି ଯେ, ଆମର ଉଦ୍ଦେଶ୍ୟ କେବଳ ନବୀକରଣୀୟ ଶକ୍ତିର କ୍ଷମତା ବୃଦ୍ଧି ନୁହେଁ ବରଂ ସିଷ୍ଟମର ଇଣ୍ଟିଗ୍ରେସନ। ନବୀକରଣ ସହିତ ପମ୍ପଡ୍ ଷ୍ଟୋରେଜ୍ ଏବଂ ବ୍ୟାଟେରୀ ସିଷ୍ଟମକୁ ଆଗକୁ ବଢ଼ାଇ ଆମେ ଗ୍ରୀଡ୍ ସ୍ଥିରତା ଏବଂ ଦୀର୍ଘକାଳୀନ ଶକ୍ତି ସୁରକ୍ଷା ସୁନିଶ୍ଚିତ କରୁଛୁ। ଓଡ଼ିଶାରେ ନବୀକରଣୀୟ ଶକ୍ତି ସ୍କେଲ୍-ଅପ୍ ଏକ ନୀତିଗତ ଢାଞ୍ଚାରେ ରହିଛି, ଯାହାକୁ ରାଜ୍ୟ ଓ ଜିଲ୍ଲା ସ୍ତରରେ ସମର୍ପିତ ସଂସ୍ଥାଗୁଡ଼ିକ ମଧ୍ୟ ସମର୍ଥନ କଋଛନ୍ତି। ଆମେ ଶିଳ୍ପ-ନେତୃତ୍ୱାଧୀନ ନବୀକରଣୀୟ ଶକ୍ତି ଅଭିବୃଦ୍ଧି ଉପରେ ସ୍ପଷ୍ଟ ଧ୍ୟାନ ଦେଉଛୁ। ଏହି ବର୍ଷ ନବୀକରଣୀୟ ଶକ୍ତି ନିବେଶକ ସମ୍ମିଳନୀରେ ସ୍ୱାକ୍ଷରିତ ନିବେଶକ ପ୍ରତିଶ୍ରୁତି ଏବଂ ବୁଝାମଣାପତ୍ର ମାଧ୍ୟମରେ ୬.୮ ଗିଗାୱାଟ କ୍ଷମତା ବିଶିଷ୍ଟ ୬୭୦୦୦ କୋଟି ଟଙ୍କାର ନିବେଶ ସଂଗ୍ରହ କରିଛୁ।
Follow Us