ତୃତୀୟ ପର୍ଯ୍ୟାୟ ନିର୍ବାଚନ : ମତଦାନ କରିବେ ୯୨ ଲକ୍ଷ ଭୋଟର

Advertisment

ଲୋକସଭାରେ ୬୧ଜଣ, ବିଧାନସଭା ପାଇଁ ୩୫୬ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ

ଲୋକସଭାରେ ୬୧ଜଣ, ବିଧାନସଭା ପାଇଁ ୩୫୬ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ

ରିଟର୍ଣ୍ଣିଂ ଅଫିସରଙ୍କ ଦୁଇଦିନିଆ ଭୋଟଗଣତି ତାଲିମ କର୍ମଶାଳା ଉଦଯାପିତ

Telanganaheadlines.in

ଭୁବନେଶ୍ବର : ଆସନ୍ତା ୨୩ ତାରିଖରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ୬ଟି ଲୋକସଭା ଓ ୪୨ଟି ବିଧାନସଭା ପାଇଁ ଭୋଟ ଗ୍ରହଣ କରାଯିବ। ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ବର ଲୋକସଭା ଆସନ ଅଧୀନସ୍ଥ ବିଧାନସଭା ନିର୍ବାଚନ ମଣ୍ଡଳୀଗୁଡ଼ିକରେ ନିର୍ବାଚନ ହେବ।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ତୃତୀୟ ପର୍ଯ୍ୟାୟରେ ଲୋକସଭା ପାଇଁ ୬୧ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଥିବାବେଳେ ସେମାନଙ୍କ ମଧ୍ୟରେ ୫୫ ଜଣ ପୁରୁଷ ଓ ୬ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ୧୯ ଜଣ ପ୍ରାର୍ଥୀ ଜାତୀୟ ଦଳର ହୋଇଥିବାବେଳେ ୬ଜଣ ରାଜ୍ୟସ୍ତରୀୟ ଦଳ, ୨୭ ଜଣ ଅନ୍ୟାନ୍ୟ ଦଳ ଏବଂ ୯ ଜଣ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନରେ ଅଂଶଗ୍ରହଣ କରିଛନ୍ତି। ସେହିପରି ଏହି ପର୍ଯ୍ୟାୟରେ ବିଧାନସଭା ପାଇଁ ୩୫୬ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ସେମାନଙ୍କ ଭିତରୁ ୩୧୮ ଜଣ ପୁରଷ ପ୍ରାର୍ଥୀ ଥିବାବେଳେ ୩୭ ଜଣ ମହିଳା ଓ ଜଣେ ତୃତୀୟ ଲିଙ୍ଗ ପ୍ରାର୍ଥୀ ଅଛନ୍ତି। ଏହାସହିତ ସେମାନଙ୍କ ଭିତରୁ ୧୨୧ ଜଣ ଜାତୀୟ ଦଳରୁ ନିର୍ବାଚନ ଲଢ଼ୁଥିବାବେଳେ ୪୨ ଜଣ ରାଜ୍ୟସ୍ତରୀୟ ଦଳ, ୯୦ ଜଣ ଅନ୍ୟାନ୍ୟ ଏବଂ ୧୦୩ ଜଣ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନରେ ଭାଗ ନେଇଛନ୍ତି।

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୧୦ ହଜାର ୪୬୪ ବୁଥରେ ଭୋଟ ଗ୍ରହଣ କରାଯିବ। ମୋଟ ୯୨ ଲକ୍ଷ ୫୬ ହଜାର ୯୨୨ ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ଭିତରେ ମହିଳା ଭୋଟରଙ୍କ ସଂଖ୍ୟା ୪୪ ଲକ୍ଷ ୫୬ ହଜାର ୭୨୯ ଥିବାବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୪୭ ଲକ୍ଷ ୯୯ ହଜାର ୩୦ ଏବଂ ୧୧୬୩ ଜଣ ତୃତୀୟ ଲିଙ୍ଗ ଭୋଟର ସାମିଲ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe