ରୋଗୀଙ୍କୁ ଦେଲେ ୩ ବର୍ଷର ପୁରୁଣା ସାଲାଇନ୍‌, କପ୍ତିପଦା ଡାକ୍ତରଖାନାରେ ଉତ୍ତେଜନା

ରୋଗୀଙ୍କୁ ଦେଲେ ୩ ବର୍ଷର ପୁରୁଣା ସାଲାଇନ୍‌, କପ୍ତିପଦା ଡାକ୍ତରଖାନାରେ ଉତ୍ତେଜନା

The Asian Age

କପ୍ତିପଦା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଜି ଜଣେ ରୋଗୀଙ୍କୁ ସମୟ ଅବଧି ସରି ଯାଇଥିବା (ଏକ୍ସପାଏରୀ) ସାଲାଇନ୍ ଦେବା ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଖବର ଅନୁଯାୟୀ, ବଡ଼ଖଲାଡ଼ି ପଞ୍ଚାୟତ ଦୁଣ୍ତରିଆ ଗ୍ରାମର ନରେନ୍ଦ୍ର ମହାନ୍ତିଙ୍କୁ ଝାଡ଼ା ହେବାରୁ ପରିବାର ଲୋକେ ତାଙ୍କୁ ଆଜି କପ୍ତିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ତୁରନ୍ତ ଏକ ସାଲାଇନ୍ ଦିଆଯାଇଥିଲା। ତେବେ ଦିଆଯାଇଥିବା ସାଲାଇନ୍‌ଟି ୨୦୧୬ ମସିହା ନଭେମ୍ବର ମାସର ବୋଲି ଜଣାପଡ଼ିବା ପରେ ନରେନ୍ଦ୍ରଙ୍କ ପରିବାର ଲୋକ ପାଟିତୁଣ୍ଡ କରିଥି‌ଲେ। ଏହା‌କୁ ନେଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେବା ସହ ପରିବାର ଲୋକେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ନିକଟରେ ଫେରାଦ ହୋଇଥିଲେ।

ଏ ସମ୍ପର୍କରେ ଡାକ୍ତର ଉମାକାନ୍ତ ବାସ୍କେଙ୍କୁ ପଚରାଯିବାରୁ ସେ ପ୍ରଥମେ ଏହାକୁ ଅସ୍ବୀକାର କରିଥିଲେ। ମାତ୍ର ପରେ ଦାୟିତ୍ବରେ ଥିବା ନର୍ସଙ୍କ ଅବହେଳାରୁ ଏମିତି ହୋଇଥିବ ବୋଲି ସଫେଇ ଦେଇଥିଲେ। ଉତ୍ତେଜନା ଖବର ପାଇ କପ୍ତିପଦା ଥାନା ଆଇଆଇସି ରୀନା ବେହେରା ଡାକ୍ତରଖାନାରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ। ଡାକ୍ତରଖାନାର ଷ୍ଟୋର୍‌ ଯାଞ୍ଚ ବେଳେ ସେଠାରୁ ଆଉ ୪ଟି ଏକ୍ସପାଏରୀ ସାଲାଇନ୍ ମିଳିଥିଲା। ଏହି ଘଟଣାରେ ଡାକ୍ତରଖ‌ାନା କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe