ବିଧବା ଆଶାକର୍ମୀଙ୍କୁ ଗଣଦୁଷ୍କର୍ମ ମାମଲା : ୪ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍‌

Advertisment
ଆସାମରେ ଅଟକ ଅଛନ୍ତି ୧ ହଜାର ବିଦେଶୀ

immigrationlawyerincharlotte.com

ଛତ୍ରପୁର : ଗଞ୍ଜାମ ତାରାତାରିଣୀ ନିକଟରେ ବିଧବା ଆଶାକର୍ମୀଙ୍କୁ ଗଣଦୁଷ୍କର୍ମ ମାମଲାର ଚୁଡ଼ାନ୍ତ ରାୟ ଆଜି ପ୍ରକାଶ ପାଇଛି। ଛତ୍ରପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଏହି ମାମଲାର ବିଚାର କରି ୪ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଟୋ ଚାଳକ ସମେତ ୪ ଜଣ ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ‌ଯେ, ୨୦୧୩ ମସିହା ଏପ୍ରିଲ ୨୭ ତାରିଖ ସକାଳ ୯ଟା ସମୟରେ ବିଧବା ଆଶାକର୍ମୀ ଜଣଙ୍କ ନିଜ ଗ୍ରାମରୁ ତାରାତାରିଣୀ ମନ୍ଦିର ଦର୍ଶନ ସକାଶେ ଅଟୋରେ ଯାଉଥିଲେ। ଆଶା କର୍ମୀ ବସିବା ପରେ ଅଟୋ ଚାଳକ ବୁଲୁ ଓରଫ୍ ସନ୍ତୋଷ ବିଶ୍ବାଳ ତାରାତାରିଣୀ ମନ୍ଦିର ନିକଟରେ ନ ଛାଡ଼ି ତାଙ୍କୁ ନିକଟସ୍ଥ ପାନ୍ଥାଶାଳାର ନୀଳଗିରି ଗଛ ପାଖରେ ଓହ୍ଲାଇ ଦେଇଥିଲା। ସଙ୍ଗେ ସଙ୍ଗେ ଫୋନ୍ ଦ୍ବାରା ତାରାତାରିଣୀ ଛକର ମନୋଜ କୁମାର ସାହୁ, ଗୋବିନ୍ଦପୁର ଗ୍ରାମର କୃଷ୍ଣଚନ୍ଦ୍ର ବେହେରା ଏବଂ ରାଇପୁର ଗ୍ରାମର ସୁରେନ୍ଦ୍ର କୁମାର ଦାସଙ୍କୁ ଡକାଇଥିଲା। କିଛି ସମୟ ମଧ୍ୟରେ ଉକ୍ତ ତିନିଜଣ ସେଠାରେ ପହଁଞ୍ଚିଥିଲେ। ଆଉ ଜୋର ଜବରଦସ୍ତ ଆଶାକର୍ମୀଙ୍କୁ ଟାଣି ନେଇ ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ। ପୀଡ଼ିତା ଜଣେ ବିଧବା ଏବଂ ଏକ ଛୋଟ ଛୁଆର ମାଆ ହୋଇଥିବାରୁ ଅଭିଯୁକ୍ତଙ୍କ ଭୟରେ ଘଟଣା ଦିନ ଥାନାରେ ଅଭିଯୋଗ କରି ନ ଥିଲେ। ଘଟଣାର ୭ ଦିନ ପରେ ସେ ଥାନାରେ ଏତଲା ଦେଇଥିଲେ। ଅଟୋ ଚାଳକ ସମେତ ୪ ଅଭିଯୁକ୍ତଙ୍କୁ ୨୦୧୩ ମେ ୭ ତାରିଖରେ ଗିରଫ କରାଯାଇଥିଲା। ମାନ୍ୟବର ଏଡିଜେ ଶିଖାରାଣୀ ରଥ ୧୩ ଜଣଙ୍କ ସାକ୍ଷ୍ୟ, ପ୍ରମାଣ, ୨୪ଟି ଦସ୍ତାବିଜ, ୫ ଗୋଟି ବଳିଷ୍ଠ ତଥ୍ୟ ଓ ଅନ୍ୟ ପ୍ରମାଣ ଆଧାରରେ ମହିଳାଙ୍କୁ ଗଣଦୁଷ୍କର୍ମ ଏବଂ ହତ୍ୟା ଧମକ ଅଭିଯୋଗରେ ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିବା ୩୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୬ ମାସ ଜେଲ ଦଣ୍ତ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି। ସେହିପରି ଗଣଦୁଷ୍କର୍ମ ପରେ ମହିଳାଙ୍କୁ ହତ୍ୟା ଧମକ ୫୦୬ ଦଫାରେ ଅଦାଲତ ୨ ବର୍ଷ ଜେଲ ଦଣ୍ତ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ କ୍ୟାଡର୍ ଏପିପି ଶରତ ଚନ୍ଦ୍ର ପ୍ରଧାନ ଓ ଏପିପି ଡମିନାଥ ସାହୁ ମାମଲା ପରିଚାଳନା କରିଥିଲେ। ଅଭିଯୁକ୍ତଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରୁଥିବା ଓକିଲ ଦିଲ୍ଲୀପ କୁମାର ପଟ୍ଟନାୟକ ପୀଡ଼ିତାଙ୍କ ବୟାନକୁ ନେଇ ୩୧୦ ସିଆରପିସିରେ ଏକ ପିଟିସନ୍ ଦାଖଲ କରିଥିଲେ। ବିଚାରପତି ଏହାର ଶୁଣାଣି କରି ତାହାକୁ ରଦ୍ଦ କରିଥିଲେ। ଏ ନେଇ ଉଚ୍ଚ ନ୍ୟାୟଳୟର ଆଶ୍ରୟ ନେବେ ‌ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe