ବହୁଚର୍ଚ୍ଚିତ ବାଲିକୁମା ଗଣ ବଳାତ୍କାର ଓ ହତ୍ୟା ମାମଲା : ୪ ଅଭିଯୁକ୍ତଙ୍କୁ ଆଜୀବନ

Advertisment
ବହୁଚର୍ଚ୍ଚିତ ବାଲିକୁମା ଗଣ ବଳାତ୍କାର ଓ ହତ୍ୟା ମାମଲା : ୪ ଅଭିଯୁକ୍ତଙ୍କୁ ଆଜୀବନ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ବାଲିକୁମା ଗ୍ରାମରେ ୨୦୧୭ ମସିହାରେ ସଂଘଟିତ ବହୁଚର୍ଚ୍ଚିତ ମହିଳା ଗଣ ବଳାତ୍କାର ଓ ହତ୍ୟା ମାମଲାର ରାୟ ଆଜି ପ୍ରକାଶ ପାଇଛି। କାମାକ୍ଷାନଗର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ସତ୍ୟନାରାୟଣ ପାତ୍ର ଏହି ମାମଲାର ଶୁଣାଣି କରି ୪ଜଣ ଆସାମୀଙ୍କୁ ଆଜୀବନ କାରାଦଣ୍ଡ ପ୍ରଦାନ କରିଛନ୍ତି।

ବିବରଣୀରୁ ପ୍ରକାଶ ଯେ, ୨୦୧୭ ମସିହା ଜୁନ୍ ୧୨ ତାରିଖ ମଧ୍ୟରାତ୍ରିରେ ବାଲିକୁମା ଗାଁର ଜଣେ ଗରିବ ବିବାହିତା ଅଦିବାସୀ ମହିଳା ତାଙ୍କ ଝୁମ୍ପୁଡ଼ି ଘରେ ଏକାକୀ ଶୋଇଥିବାବେଳେ ସେହି ଗ୍ରାମର ୪ ଜଣ ଯୁବକ ହରି ପାତ୍ର, ରଘୁ ଲୋହାର, ଆନନ୍ଦ ପାତ୍ର, ସୁଦର୍ଶନ ଲୋହାର ତାଙ୍କୁ ବଳାତ୍କାର କରିଥିଲେ। ପରେ ଆନନ୍ଦ ଓ ସୁଦର୍ଶନ ପୀଡ଼ିତାଙ୍କ ଯୌନାଙ୍ଗରେ ରୁଟି ତାୱା ବେଣ୍ଟ ଓ ଲୁହା ଛଡ଼ ଭର୍ତ୍ତି କରି ନିର୍ମମ ଭାବେ ହତ୍ୟା କରିଥିଲେ। ପୀଡ଼ିତା ମହିଳାଙ୍କ ସାନପୁଅକୁ ଦେଖିବା ପରେ ଅଭିଯୁକ୍ତ ୪ଜଣ ସେଠାରୁ ଦୌଡ଼ି ପଳାଇଥିଲେ। ଏହି ଘଟଣା ସେତେବେଳେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

କଙ୍କଡାହାଡ଼ ଥାନା କେସ୍‌ ନଂ ୩୨/୧୭ ଦଫା ୪୫୦, ୩୭୬ ଡି,୩୦୨,୧୨୦(ବି) ରେ ଏକ ମାମଲା ରୁଜୁ କରାଯାଇଥିଲା। ଆଜି ମାନ୍ୟବର ଅଦାଲତ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ୪ଜଣଙ୍କୁ ହତ୍ୟା ଅପରାଧରେ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥିସହ ୨୦ ହଜାର ଟଙ୍କା ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟରେ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ଥି। ସରକାରଙ୍କ ତରପରୁ ସ୍ବତନ୍ତ୍ର ସରକାରୀ ଓକିଲ ଗଣେଶ କୁମାର ବେହେରା ମାମଲା ପରିଚାଳନା କରୁଥିବା ବେଳେ ଅତିରିକ୍ତ ସରକାରୀ ଓକିଲ ଦେବରାଜ ବେହେରା, ସୂର୍ଯ୍ୟନାରାୟଣ ସାହୁ ମାମଲା ପରିଚାଳନାରେ ସହଯୋଗ କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe