Advertisment

ଦେବଗଡ଼, ବୌଦ୍ଧରେ ବଢ଼ିଚାଲିଛି ବାଘ ଶିକାର

Advertisment

ବାଘଛାଲ ବିକ୍ରି ପାଇଁ ମୂଲଚାଲ ବେ‌ଳେ ଚଢ଼ଉ, ୪ ଗିରଫ

ବାଘଛାଲ ବିକ୍ରି ପାଇଁ ମୂଲଚାଲ ବେ‌ଳେ ଚଢ଼ଉ, ୪ ଗିରଫ

ଦେବଗଡ଼, ବୌଦ୍ଧରେ ବଢ଼ିଚାଲିଛି ବାଘ ଶିକାର

ରିଆମାଳ/ବୌଦ୍ଧ : ଦେବଗଡ଼ ଓ ବୌଦ୍ଧ ଜିଲ୍ଲାରେ ବାଘ ଶିକାର ବଢ଼ିଚାଲିଛି। ଦୁଇ ଜିଲ୍ଲାର ଦୁଇଟି ଘଟଣାରେ ବନବିଭାଗ ୪ଜଣଙ୍କୁ ଗିରଫ କରିବା ପରେ ଏହା ସ୍ପଷ୍ଟ ହୋଇଛି। ବାଘଛାଲ ବିକ୍ରି ପାଇଁ ମୂଲଚାଲ ବେଳେ ବନବିଭାଗ ଚଢ଼ାଉ କରିଥିଲା। ୪ ଜଣଙ୍କୁ ଗିରଫ କରିବା ସହିତ ୨ଟି ବାଘଛାଲ ଜବତ କରିଛି ବନବିଭାଗ। ଲଗାତାର ଏହିଭଳି ଘଟଣାପରେ ବାଘବଂଶ କ୍ରମଶଃ ଲୋପ ପାଇବା ନେଇ ଆଶଙ୍କା ପ୍ରକାଶ ପାଇଛି।

ଦେବଗଡ଼ର ରିଆମାଳ ବନାଞ୍ଚଳ ପଳସମା ଫରେଷ୍ଟ ସେକ୍ସନ ବ୍ରାହ୍ମଣୀପାଲି ଗାଁ ନିକଟ ଜଙ୍ଗଲ ମଧ୍ୟରେ ବାଘଛାଲ ବିକ୍ରି ପାଇଁ ମୂଲଚାଲ ଚାଲିଥିବା ନେଇ ବନବିଭାଗ ଖବର ପାଇଥିଲା। ତତ୍‌କ୍ଷଣାତ ଦେବଗଡ଼ ଡିଏଫ୍‌ଓ କ୍ଷମା ଷଡ଼ଙ୍ଗୀ, ରିଆମାଳ ରେଞ୍ଜର୍‌ ମହେନ୍ଦ୍ର ସାହୁ, ପଳସମା ଫରେଷ୍ଟର ସୁବାସ ଚନ୍ଦ୍ର ଦେହୁରୀଙ୍କ ସମେତ ଏକ ସ୍କ୍ୱାଡ୍‌ ଗଠନ କରାଯାଇଥିଲା। ଏହି ସ୍କ୍ବାଡ୍‌ ଆଜି ସଦଳବଳେ ଚଢ଼ଉ କରି କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ପଳସମା ପଞ୍ଚାୟତ କୁଶଖଳିଆ ଗ୍ରାମର ପ୍ରହଲ୍ଲାଦ ପରିଡା(୫୫)ଙ୍କୁ ଗିରଫ କରିଛି। ତା’ ନିକଟରୁ ଏକ କଲରାପତରିଆ ବାଘ ଛାଲ ଜବତ କରିଛି। ଘଟଣାସ୍ଥଳରୁ ଅନ୍ୟ ଜଣେ କୌଶଳକ୍ରମେ ଫେରାର ମାରିଥିବା ଜଣାପଡ଼ିଛି। ବନବିଭାଗ ପ୍ରହଲ୍ଲାଦଙ୍କଠାରୁ ସଂଗ୍ରହ କରିଥିବା ତଥ୍ୟକୁ ଆଧାର କରି ରିଆମାଳ ଥାନା ଅନ୍ତର୍ଗତ ଲୁଲଙ୍ଗ ପଞ୍ଚାୟତ ସିମିଳିହତା ଗ୍ରାମରେ ଚଢ଼ଉ କରି ପାଣ୍ଡବ ପ୍ରଧାନ (୪୦)ଙ୍କୁ ଗିରଫ କରିଛି। ଜବତ ବାଘଛାଲର ଲମ୍ବ୧୮୦ ସେମି ରହିଛି।

ସେହିଭଳି, ବାଘ ଛାଲ ଚାଲାଣ ହେଉଥିବା ବିଷୟରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଏସ୍‌ଟିଏଫ୍‌ ଦଳ ବୌଦ୍ଧ ବନ ବିଭାଗ ସହାୟତାରେ ବୁଧବାର ବାଉଁଶୁଣି ଥାନା ଅନ୍ତର୍ଗତ ବାଉଁଶୁଣି ବ୍ରିଜ ଛକରେ ଚଢ଼ଉ କରିଥିଲେ। ଏକ ବାଘ ଛାଲ ଜବତ କରିବା ସହ ୨ ଜଣଙ୍କୁ ବନ ବିଭାଗ ହେପାଜତରେ ଦେଇଛି। ଅଭିଯୁକ୍ତ ଦ୍ବୟ ହେଲେ ବୌଦ୍ଧ ଥାନା ଡିମିରିଖୋଲ ଗ୍ରାମର ଅବନିକାନ୍ତ କହଁର ଓ ମନମୁଣ୍ଡା ଥାନା ତିଲପଙ୍ଗା ଗ୍ରାମର ଶଶିକାନ୍ତ କହଁର ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe