ଲୁହା ପ୍ଲେଟ ଚୋରି ଅଭିଯୋଗରେ ୪ ଗିରଫ

Advertisment
ସେୟାରିଂ ନାଁରେ ଚୂନ, ବନ୍ଧାହେଲେ ବିଲ୍‌ଡର

The Guardian Nigeria

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ପଡ଼ାଙ୍ଗ ପଞ୍ଚାୟତ ଅହିଗୋଳା-ସାଙ୍କୋଇ ପ୍ରଧାନମନ୍ତ୍ରୀ ସଡ଼କରୁ ଲୁହା ପ୍ଲେଟ୍‌ ଚୋରି ଅଭିଯୋଗରେ ତେଲକୋଇ ପୁଲିସ୍ ଜଣେ ନାବାଳକ ସମେତ ଚାରିଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସାଙ୍କୋଇ ଗ୍ରାମର ରୋଷନ ପ୍ରଧାନ (୨୧), ତେଲକୋଇ ଗ୍ରାମର ଅଭିଜିତ ସାହୁ(୨୧) ଓ ଶିବସୁନ୍ଦର ରାଉତ (୨୦)। ଅନ୍ୟଜଣେ ଫେରାର ଅଛନ୍ତି।

ପୁଲିସ ସୂଚନା ଅନୁଯାୟୀ, ଅହିଗୋଳା-ସାଙ୍କୋଇ ପ୍ରଧାନମନ୍ତ୍ରୀ ସଡ଼କ କାମ ଦେବଭାରତ ଠିକାସଂସ୍ଥା କରୁଛି। ୨୫ ତାରିଖ ରାତିରେ ରାଙ୍କି ଗ୍ରାମ ନିକଟରୁ ୧୭ଟି ଲୁହା ପ୍ଲେଟ୍‌ ଚୋରି ହୋଇଥିଲା। ଏନେଇ ଠିକାସଂସ୍ଥାର କର୍ମଚାରୀ ସଂଜିତ୍ ରାଉତ ତେଲକୋଇ ଥାନାରେ  ଅଭିଯୋଗ କରିଥିଲେ। ତେଲକୋଇ ପୁଲିସ କେସ୍‌ ନମ୍ବର ୧୧୯/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା। ଚୋରି ସାମଗ୍ରୀ କତରାପାଲି ଗ୍ରାମର ଜଣେ ଯୁବକଠାରୁ ଉଦ୍ଧାର କରାଯାଇଛି। ଅଭିଯୁକ୍ତକଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଜାମିନ ଆବେଦନ ଖାରଜ ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe