ଖୋର୍ଦ୍ଧା : ଡକାୟତି ଉଦ୍ୟମ ପଣ୍ତ, ମାରଣାସ୍ତ୍ର, କାର ସମେତ ୪ ଗିରଫ

Advertisment
ଯୁବତୀଙ୍କ ଆତଙ୍କ: ଏମ୍‌ବିଏ ଛାତ୍ରୀଙ୍କୁ ଉଠାଇ ନେଇ ଲୁଟିଲେ

image source-Sabrang India

ଖୋର୍ଦ୍ଧା : ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ଏକ ବଡ଼ ଡକାୟତି ଯୋଜନାକୁ ପଣ୍ତ କରିଛି। ଘଟଣାରେ ଏକ ଡକାୟତି ଗ୍ୟାଙ୍ଗ୍‌ର ୪ ସଦସ୍ୟ ଗିରଫ ହୋଇଥିବା ବେଳେ ଅନ୍ୟ ୨ ଜଣ ଫେରାର୍ ହୋଇଯାଇଥିବା ଜଣାଯାଇଛି।

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ସାଢେ଼ ୧୨ଟାରେ ଏସ୍‌ଆଇ ରଶ୍ମିରଂଜନ ଦାସ ଓ ଅନ୍ୟ ୫ଜଣ ପୁଲିସ୍‌ କର୍ମଚାରୀ ପାଟ୍ରୋଲିଂ କରୁଥିବା ବେଳେ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ ନିକଟ ପୋଡ଼ାସାହିର ହଂସପୋଡ଼ା ପୋଖରୀ ନିକଟରେ କିଛି ବ୍ୟକ୍ତି ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ଖବର ପାଇଥିଲେ। ପୁଲିସ ଚଢ଼ଉ କରିବାରୁ ୪ଜଣ ଧରାପଡ଼ିଥିବା ବେଳେ ଅନ୍ୟ ୨/୩ଜଣ ଫେରାର୍ ହୋଇଯାଇଥିଲେ।

ଟାଉନ୍ ଥାନା ଏ ଏସ୍‌ଆଇ ନାରାୟଣ ସୁଆରଙ୍କ କହିବା ଅନୁସାରେ, ଖୋର୍ଦ୍ଧା ଉପକଣ୍ଠ କୁମାରବସ୍ତ ପ୍ରଧାନସାହିର ଆଶିଷ ରଂଜନ ପ୍ରଧାନ ଓରଫ କାହ୍ନା(୩୦), ଗୁରୁଜଙ୍ଗ ମାଳିସାହିର ଚିନ୍ମୟ ମହାପାତ୍ର ଓରଫ ଚିନୁ (୨୪), ଗୁରୁଜଙ୍ଗ କୋଚିଲାକଣସାହିର ସୋମନାଥ ସାହୁ ଓରଫ ସୁରେଶ (୩୦), ଦଶପଲ୍ଲା ଥାନା ଅଞ୍ଚଳର ସୁଜିତ କୁମାର ଦାଶ (୩୦)ଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ଗୋଟିଏ ଖଣ୍ତା, ୨ଖଣ୍ଡ ଲୁହାରଡ୍, ଗୋଟିଏ କାର୍ ଓ ଗୋଟିଏ ମୋଟରସାଇକଲ୍ ଜବତ କରାଯାଇଛି। ଏନେଇ କେସ୍‌ ୩୬୯/୨୦୨୦ରେ ଦଫା ୩୯୯/୪୦୨ରେ ୨ଟି ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ଫେରାର୍ ଅପରାଧୀଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe