ନୟାଗଡ଼: ପୋଲରୁ ଖସି ଫାଟିଗଲା ତୈଳ ଟ୍ୟାଙ୍କର୍‌; ନିଆଁ ଲାଗି ୪ଜଣ ଜୀବନ୍ତ ଦଗ୍ଧ

ନୟାଗଡ଼: ପୋଲରୁ ଖସି ଫାଟିଗଲା ତୈଳ ଟ୍ୟାଙ୍କର୍‌; ନିଆଁ ଲାଗି ୪ଜଣ ଜୀବନ୍ତ ଦଗ୍ଧ

ନୟାଗଡ଼: ଶୁକ୍ରବାର ବିଳମ୍ବିତ ରାତ୍ରରେ ଇଟାମାଟି ଥାନା ଅନ୍ତର୍ଗତ ବଡ଼ପଣ୍ଡୁସର ପୋଲରୁ ଏକ ତୈଳବାହୀ ଟ୍ୟାଙ୍କର୍‌ ଟ୍ରକ୍‌ ନଦୀକୁ ଖସି ପଡ଼ିବା ପରେ ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ଘଟି ୪ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

ସ୍ଥାନୀୟ ଲୋକଙ୍କଠାରୁ ସଂଗୃହୀତ ସୂଚନା ଅନୁସାରେ, ପେଟ୍ରୋଲ୍‌ ନେଇ ଉକ୍ତ ଟ୍ୟାଙ୍କର୍‌ ଟ୍ରକ୍‌ଟି କଟକରୁ ସମ୍ବଲପୁର ଅଭିମୁଖେ ଯାଉଥିଲା। କ‌ୌଣସି କାରଣରୁ ଟ୍ୟାଙ୍କର୍‌ ଟ୍ରକ୍‌ଟି ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ଯାଇ ପୋଲ ଉପରୁ ଖସି ତଳେ ପ୍ରବାହିତ କୁସୁମୀ ନଈରେ ପଡ଼ିଯିବା ପରେ ଫାଟିଯିବାରୁ ସେଥିରେ ନିଆଁ ଲାଗିଯାଇଥିଲା।

publive-image

ନିଆଁ ଲାଗିଯିବା ହେତୁ ଟ୍ୟାଙ୍କର୍‌ ଟ୍ରକ୍‌ର ‌ଡ୍ରାଇଭର, ହେଲ୍‌ପର ଏବଂ ଆଉ ୨ଜଣ  ବକ୍ତି ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁବରଣକରିଛନ୍ତି। ଖବର ପାଇବା ପରେ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବଗୁଡ଼ିକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ପରିଚୟ ମିଳିଥିବା ମୃତ ବ୍ୟକ୍ତିମାନଙ୍କ ମଧ୍ୟରୁ ୨ଜଣ ହେଲେ ଟ୍ୟାଙ୍କର୍‌ ଟ୍ରକ୍‌ର ଚାଳକ ତଥା ସାନପଣ୍ଡୁସରବାସୀ ସମୀର ନାୟକ ଏବଂ ତାଙ୍କ ଗାଁର ପଙ୍କଜ ନାୟକ। ଆଉ ୨ଜଣ ମୃତ ବ୍ୟକ୍ତି ହେ‌ଲେ ରଘୁ ଖଟୁଆ ଓ ଦୀପୁ ଖଟୁଆ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe