Alcohol and Drug Foundation
କଣ୍ଟାମାଳ: କଣ୍ଟାମାଳ ପୁଲିସ୍ ଚଢ଼ଉ କରି ୪ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କ ନାମରେ ଅଭିଯୋଗ କରିଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନାନୁସାରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବୌଦ୍ଧ ଏସ୍ପି ରାଜ ପ୍ରସାଦଙ୍କ ନିର୍ଦ୍ଦେଶକ୍ରମେ କଣ୍ଟାମାଳ ଥାନା ଅଧିକାରୀ ନଳିନୀକାନ୍ତ ଦାସ ପୁଲିସ ଟିମ୍ ନେଇ ବରଗାଁ ପଞ୍ଚାୟତ ଉତୁର୍ଲା ଗ୍ରାମ୍ୟ ଜଙ୍ଗଲରେ ଚଢ଼ଉ କରିଥିଲେ। ସେଠାରୁ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ୪ କ୍ବିଣ୍ଟାଲ୍ ଗଞ୍ଜେଇ ଜବତ କରାଯାଇଥିବା ବେଳେ ଅଭିଯୁକ୍ତମାନେ ଫେରାର୍ ମାରିଥିଲେ।
ତେବେ ପୁଲିସ୍ ସନ୍ଦେହରେ ଜିତେନ୍ଦ୍ର ଖଟୁଆ, ପ୍ରେମକାଶ ସାହୁ, ସୁନୀଲ ସାହୁ ଓ ରଜତ ସାହୁ ନାମକ ୪ ଜଣ ମାଫିଆଙ୍କ ନାମରେ ଅଭିଯୋଗ କରିଛି। ଏ ନେଇ ଥାନା କେସ୍ ନଂ. ୮୯/୨୩ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି। ଅନ୍ୟପଟେ ଚଳିତ ବର୍ଷ ଜାନୁଆରି ମାସରୁ ବର୍ତ୍ତମାନ ସୁଦ୍ଧା ଅଞ୍ଚଳରୁ ମୋଟ ୮୦ କ୍ୱିଣ୍ଟାଲ ୨୭ କେଜି ଗଞ୍ଜେଇ ଜବତ କରାଯାଇଥିବା ବେଳେ ୧୬ଟି ମାମଲା ପଞ୍ଜିକୃତ ହୋଇଥିବା ଥାନାଧିକାରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି।
Follow Us