ଖେଳୁଥିବା ସମୟରେ କୀଟନାଶକ ପିଇଦେଲେ ୪ ଶିଶୁ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଖେଳୁଥିବା ସମୟରେ କୀଟନାଶକ ପିଇଦେଲେ ୪ ଶିଶୁ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

Odisha Bytes

ଭଦ୍ରକ: ଖେଳୁଥିବା ସମୟରେ ୪ ଜଣ ଶିଶୁ କୀଟନାଶକ ପିଇଦେଇଛନ୍ତି। ସମସ୍ତ ଶିଶୁଙ୍କ ବୟସ ୨ରୁ ୩ ବର୍ଷ ମଧ୍ୟରେ ହୋଇଥିବା ସୂଚନା ମିଳିଛି। ଗୁରୁତରଙ୍କ ମଧ୍ୟରେ ଦୁଇ ଶିଶୁପୁତ୍ର ଓ ଦୁଇ ଜଣ ଶିଶୁକନ୍ୟା ସାମିଲ ଅଛନ୍ତି। ଭଦ୍ରକ ଜିଲ୍ଲା ତିହିଡ ଅଞ୍ଚଳର ୪ ଜଣ ଶିଶୁ କୀଟନାଶକ ପିଇଦେଲା ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଜିଲ୍ଲାର ତିହିଡି ଥାନା ଅଧିନ ଝିଙ୍କିରିଆ ଗାଁରେ ଆଜି ୪ ଜଣ ଶିଶୁ ବିଲରେ ଖେଳୁଥିଲେ। ଏହି ସମୟରେ ବିଲରେ ପଡ଼ିଥିବା ଆକ୍ଟିଭ ୮୦ ନାମକ ଏକ ହର୍ବାଲ କୀଟନାଶକକୁ ପିଇ ଦେଇଥିଲେ। ତେବେ ସ୍ଥାନୀୟ ଲୋକେ ଶିଶୁଙ୍କ ଅସ୍ୱାଭାବିକ ଆଚରଣ ଦେଖି ପ୍ରଥମେ ତିହିଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ସେମାନଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe