ସର୍ପାଘାତରେ ଚତୁର୍ଥ ଶ୍ରେଣୀର ଛାତ୍ରଙ୍କ ମୃତ୍ୟୁ

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ରାଇରଙ୍ଗପୁର: ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରଙ୍କ ସର୍ପାଘାତରେ ମ୍ୃତୁ୍ୟ ଗଟିଛି । ସୂଚନା ଅନୁଯାୟୀ ବାଦାମପାହାଡ ଥାନା ତଥା ସୁଲେଇପାଟ ଫାଣ୍ଡି ଅର୍ନ୍ତଗତ ବଣକାଟି ଗ୍ରାମର ବିଶେଶ୍ୱର ମହାନ୍ତଙ୍କ ଚତୁର୍ଥ ଶ୍ରେଣୀରେ ପଢୁଥିବା ପୁଅ ସମୀର ମହାନ୍ତ(୮) ରାତିରେ ଘରେ ଶୋଇଥିବା ସମୟରେ ଏକ ବିଷାକ୍ତ ଚିତି ସାପ ତାଙ୍କୁ କାମୁଡି ଦେଇଥିଲା । ସମୀର ଚିକ୍ରାର କରିବାରୁ ବାପା ମାଆ ଉଠି ଦେଖିଲେ ଯେ ଏକ ବିଷାକ୍ତ ସାପ ସମୀର ପାଖରେ ଅଛି । ପରିବାର ଲୋକ ସଂଗେସଂଗେ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସ୍ୟାଳୟରେ ଭର୍ତି କରିଥିଲେ । ତେବେ ଚିକିତ୍ସ୍ୟାଧୀନ ଅବସ୍ଥାରେ ସେଠାରେ ତାଙ୍କର ମ୍ୃତୁ୍ୟ ଘଟିଛି ।ଖବର ପାଇ ଥାନାର ଏସଆଇ ବିଚିତ୍ରା ନନ୍ଦ ନାଏକ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସ୍ୟାଳୟରେ ପହଂଚି ଶବକୁ ଜବତ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏନେଇ ଥାନରେ କେସ୍ ନଂ ୧୩/୨୪ ରେ ଏକ ଅପମ୍ୃତ ମାମଲାା ରୁଜୁ କରି ଘଟନାର ତଦନ୍ତ କରୁଛନ୍ତି । ବାପା ମାଆଙ୍କ ଏକମାତ୍ର ସନ୍ତାନକୁ ହରାଇ ପରିବାର ଲୋକେ ସମ୍ପୁର୍ଣ ଭାଙ୍ଗି ପଡିଛନ୍ତି । ବିଷାକ୍ତ ସାପକୁ ଧରି ଏକ ପ୍ଲାଷ୍ଟିକ ବସ୍ତାରେ ରଖାଯାଇଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe