କୁଖ୍ୟାତ ଅପରାଧୀ ଜୁମା ସହିତ ୪ ଅଭିଯୁକ୍ତ ଗିରଫ, ୬ଟି ଗାଡ଼ି ସହ ଲକ୍ଷାଧିକ ଟଙ୍କାର ସୁନା ଗହଣା ଜବତ

Advertisment
କୁଖ୍ୟାତ ଅପରାଧୀ ଜୁମା ସହିତ ୪ ଅଭିଯୁକ୍ତ ଗିରଫ, ୬ଟି ଗାଡ଼ି ସହ ଲକ୍ଷାଧିକ ଟଙ୍କାର ସୁନା ଗହଣା ଜବତ

କଟକ: କଟକ ସଦର ଥାନା ପୁଲିସକୁ ବଡ ସଫଳତା ମିଳିଛି। ଚାରି ଜଣିଆ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବା ସହ ପାଞ୍ଚଟି ଚାରି ଚକିଆ ଯାନ, ୨ଟି ବାଇକ ଓ ୬୨ ଗ୍ରାମ ସୁନା ଜବତ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ଯରେ ଅଛି ମୋଷ୍ଟ ୱାଣ୍ଟେଡ ଜୁମା ଓରଫ ଅବଦୁଲ ରାଜାକ। ଅବଦୁଲ ନାମରେ ହିଟ ଆଣ୍ଡ ରନ ଠାରୁ  ଆରମ୍ଭ କରି ପୋକ୍ସୋ ମାମଲା ମଧ୍ୟ ଥିବା ଜଣାପଡିଛି।

କୁଖ୍ୟାତ ଅପରାଧୀ ‘ଜୁମା’ର ଘର କୋରାପୁଟ ହୋଇଥିଲେ ବି ସେ କଟକ ଓ ଭୂବନେଶ୍ବରରେ ରହି ଅପରାଧିକ କାମରେ ସଂପୃକ୍ତ ରହୁଥିଲା। ଚାରି ଚକିଆ ଗାଡ଼ି ଚୋରିରେ ଓସ୍ତାଦ ଥିଲା। ହେଲେ ଏବେ କଟକ ସଦର ଥାନା ପୁଲିସ ଜାଲରେ ଜୁମା ଧରାପଡ଼ିଛି। ପୁଲିସ ଜୁମା ସହ ଅନ୍ୟ ତିନି ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି। ଅଭିଯୁକ୍ତଙ୍କ ଠାରୁ ପାଞ୍ଚଟି ଚାରି ଚକିଆ ଯାନ, ଦୁଇଟି ବାଇକ୍‌ ଓ ତିନି ଲକ୍ଷ ଟଙ୍କାର ସୁନା ଗହଣା ଜବତ କରିଛି। କେବଳ ଗାଡି ଚୋରି ନୁହଁ। ବରଂ ଜୁମା ବହୁ ଅପରାଧ ଘଟଣା ସହିତ ଜଡ଼ିତ। ଜୁମା ନାମରେ ବିଭିନ୍ନ ଥାନାରେ ୧୭ରୁ ଅଧିକ ମାମଲା ରହିଥିବା ସାମ୍ବାଦିକ ସମ୍ମିଳନୀରେ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି।

publive-image

ଜୁମା ଯେ କୌଣସି ଚାରି ଚକିଆ ଗାଡ଼ି ଚୋରି କରି ଥାଏ ଓ ପରେ ଏହାକୁ ବିକ୍ରି କରିବାକୁ ଗ୍ରାହକ ଯୋଗାଡ କରିଥାଏ। ଗ୍ରାହକ ନ ମିଳିଲେ ରାସ୍ତାରେ ଗାଡି ଛାଡି ପଳାଏ। ଗତ ୨୧ତାରିଖରୁ ସଦର ଥାନା ଅଞ୍ଚଳରୁ ଗାଡ଼ି ଚୋରି ହୋଇଥିବା ଅଭିଯୋଗ ପରେ ପୁଲିସ ତଦନ୍ତ କରି ‘ଜୁମା ଅଣ୍ଡ କୋ’କୁ ଗିରଫ କରିଥିଲା।ଗତ ଫେବ୍ରୁଆରି ମାସରେ କଟକରେ ହିଟ ଆଣ୍ଡ ରନ କରି ଜୁମା ଫେରାର ଥିଲା। ସେହିଭଳି ନା ବାଳିକା ଅପହରଣ ଓ ଦୁଷ୍କର୍ମ ମାମାଲା ମଧ୍ଯ ଜୁମା ବିରୁଦ୍ଧରେ ଥିବା ବେଳେ ସେ ପୁଲିସକୁ ଚକମା ଦେଇ ଘୁରି ବୁଲୁଥିଲା। ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଡିସିପି କହିଛନ୍ତି। ଜୁମାର ଟିଆଇ ପ୍ୟାରେଡ କରାଯିବାକୁ ଥିବାରୁ ତା ମୁହଁକୁ ଘୋଡା ଯାଇଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe