ଡକାୟତି ଉଦ୍ୟମ ୪ ଗିରଫ, ଟାର୍ଗେଟ୍‌ରେ ଥିଲା ପେଟ୍ରୋଲ ପମ୍ପ

Advertisment

ମାଡ଼ି ବସିଲା ପାଟ୍ରୋଲିଂ ଟିମ୍‌

ମାଡ଼ି ବସିଲା ପାଟ୍ରୋଲିଂ ଟିମ୍‌

କ୍ୟାପିଟାଲ କ୍ରାଇମ: ଦେଢ଼ ଟନ୍ ବିଦ୍ୟୁତ୍‌ ତାର ଜବତ, ୨ ଗିରଫ

ବଡ଼ବିଲ : କେନ୍ଦୁଝର ଜିଲ୍ଲାର ଖଣି ସହର ବଡ଼ବିଲର ପେଟ୍ରୋଲ ପମ୍ପ ଏବଂ ବ୍ୟବସାୟିକ ପ୍ରତିଷ୍ଠାନରୁ ଡକାୟତି କରିବା ପାଇଁ ଚାଲିଥିଲା ଯୋଜନା। ଖବର ପାଇ ଦୁର୍ବୃତ୍ତଙ୍କୁ ମାଡ଼ିବସିଲା ବଡ଼ବିଲ ଥାନାର ପାଟ୍ରୋଲିଂ ଟିମ୍‌। ୪ଜଣ ଦୁର୍ବୃତ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଦୁଇଜଣ ଫେରାର ଅଛନ୍ତି। ଅଭିଯୁକ୍ତଙ୍କଠାରୁ ଦେଶୀ ବନ୍ଧୁକ, ଗୁଳି ସମେତ ଲୁଟ୍‌ରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି। ଅଭିଯୁକ୍ତମାନେ ହେଲେ ବଲାଣି ଥାନା ଅନ୍ତର୍ଗତ ଚମ୍ପୁଆବସ୍ତିର ନବୀନ ମହାକୁଡ଼ (୨୨), ବଡ଼ବିଲ ଥାନା କଳିଙ୍ଗ ନିଉକଲୋନିର ଆକାଶ କାରୁଆ (୨୧), ଦାମୁହଟିଂର ରାଜେନ୍ଦ୍ର ମହାକୁଡ଼ (୨୮) ଓ ପିଏଚ୍‌ଡି ନିକଟ ମଗାଜିନହଟିଂର ମନୋଜ ମୁଣ୍ଡା।

ବଡ଼ବିଲ ଥାନା ଅଧିକାରୀ ରାଜେନ୍ଦ୍ର ସ୍ବାଇଁଙ୍କ ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବଡ଼ବିଲ ସହରର ରାଜୀବବିହାରର ଏକ ନିଛାଟିଆ ସ୍ଥାନରେ ୬ଜଣ ଦୁର୍ବୃତ୍ତ ଏକାଠି ହୋଇଥିଲେ। ସହରର ପେଟ୍ରୋଲ ପମ୍ପ ଏବଂ ବ୍ୟବସାୟିକ ପ୍ରତିଷ୍ଠାନରୁ ଡକାୟତି କରିବାକୁ ଯୋଜନା କରୁଥିଲେ। ଏକ ବିଶେଷ ସୂତ୍ରରୁ ଖବର ପାଇ ବଡ଼ବିଲ ଥାନାର ରାତ୍ରିକାଳୀନ ପାଟ୍ରୋଲିଂ ଟିମ୍‌ ସେଠାରେ ଚଢ଼ଉ କରିଥିଲା। ପୁଲିସକୁ ଦେଖି ଦୁଇଜଣ ଚମ୍ପଟ ମାରିଥିବା ବେଳେ ୪ଜଣଙ୍କୁ ପୁଲିସ କାବୁ କରିଥିଲା। ସେମାନଙ୍କଠାରୁ ଦୁଇଟି ଗୁଳି, ଗୋଟିଏ ଦେଶୀ ବନ୍ଧୁକ, ୬ଟି ବାଇକ୍‌, ଦୁଇଟି ଛୁରି, କଳାକପଡ଼ା, ବିଅର ବୋତଲ ଏବଂ ୪ ପକେଟ୍‌ ଲଙ୍କାଗୁଣ୍ଡ ଜବତ କରାଯାଇଛି। ଏନେଇ ବଡ଼ବିଲ ଥାନାରେ କେସ୍‌ ନମ୍ବର ୨୬/୨୫.୧.୨୦୨୩ ଦଫା ୩୯୯, ୪୦୨, ୨୫ ଆର୍ମସ ଆକ୍ଟରେ ମାମଲା ରୁଜୁ ହୋଇଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି ଥାନା ଅଧିକା‌ରୀ ଶ୍ରୀ ସ୍ବାଇଁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe