ବର୍ଷକ ପରେ ୪ ଡକାୟତ ଗିରଫ

Advertisment
ବର୍ଷକ ପରେ ୪ ଡକାୟତ ଗିରଫ

ଚଣ୍ଡିଖୋଲ/ବଡ଼ଚଣା : ଏକ ରାଜପଥ ଡକାୟତ ଘଟଣାର ବର୍ଷେ ପରେ ବଡ଼ଚଣା ପୁଲିସ ଫେରାର ଥିବା ୪ ଡକାୟତଙ୍କୁ ଗିରଫ କରିଛି। ଗିରଫ ଡକାୟତମାନେ ହେଲେ ମାହାଙ୍ଗା ଥାନା ଅନ୍ତର୍ଗତ କୁସୁକଣ୍ଟା ଗ୍ରାମର ସୁବାସ ବେହେରାଙ୍କ ପୁଅ ସୁସୁରି(୨୩), ଦୋବଣ୍ଡିଆ ଗ୍ରାମର ଅଶୋକ ସ୍ବାଇଁଙ୍କ ପୁଅ ରଞ୍ଜନ, ମଧୁପୁର ଗ୍ରାମର ରତ୍ନାକର ବିଶ୍ବାଳଙ୍କ ପୁଅ ଅଜୟ(୨୬) ଓ ଧର୍ମଶାଳା ଥାନା ଅନ୍ତର୍ଗତ ଡେରାବର ଗ୍ରାମର ଗୋପାଳ ନାୟକଙ୍କ ପୁଅ ଚନ୍ଦନେଶ୍ୱର(୨୪)। ପୁଲିସ ସୂଚନା ମୁତାବକ, ଗତ ୨୦୨୧ ମସିହା ଅଗଷ୍ଟ ମାସ ୧୦ ତାରିଖ ରାତିରେ ବରଗଡ଼ ଅଞ୍ଚଳରୁ ଧନିଆ ପତ୍ର ବୋଝେଇ କରି ଏକ ପିକ୍‌ଅପ୍‌ ଗାଡ଼ି ଧର୍ମଶାଳା ଥାନା ଅନ୍ତର୍ଗତ ବାରବାଟୀ ହାଟକୁ ଆସୁଥିଲା।

ଗାଡ଼ିଟି ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର କଡ଼େଇ ଛକ ନିକଟରେ ପହଞ୍ଚିବା ପରେ ଗିରଫ ଡକାୟତମାନେ ସେଠାରେ ଗାଡ଼ିର ଚାଳକକୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିବା ସହ ତାଙ୍କ ପାଖରୁ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ। ଏନେଇ ଗାଡ଼ିର ଚାଳକ ବଡ଼ଚଣା ଥାନାରେ ଅଭିଯୋଗ କରିଥିଲେ। ତତ୍କାଳୀନ ଥାନାଧିକାରୀ ପ୍ରିୟବ୍ରତ ରାଉତ ୩୦୨/୨୧ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ। ପରେ ନୂତନ ଥାନାଧିକାରୀ ସୁଶିଲ କୁମାର ନାୟକ ଏହାର ତଦନ୍ତ ଭାର ନେଇଥିଲେ। ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ପରେ ଗତ ୧୩ ତାରିଖରେ ପ୍ରଥମେ ସୁସୁରି ବେହେରାକୁ ଗିରଫ କରାଯାଇଥିଲା। ତା’ ଠାରୁ ତଥ୍ୟ ସଂଗ୍ରହ କରି ଥାନାଧିକାରୀ ଶ୍ରୀ ନାୟକ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe