ଭୁବନେଶ୍ୱର : ମାର୍ଚ ୬ରୁ ୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ବରମୁଣ୍ଡା ନିକଟ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ରାଜ୍ୟସ୍ତରୀୟ କୃଷି ମହୋତ୍ସବ ଅନୁଷ୍ଠିତ ହେବ। ଏଥିରେ ସଫଳ ଚାଷୀମାନଙ୍କର ସଫଳତାର କାହାଣୀ ସ୍ଥାନ ପାଇବ। ଏ ନେଇ ଆଜି ସଚିବାଳୟରେ ଏକ ପ୍ରସ୍ତୁତି ବୈଠକ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକର ସୂଚନାନୁଯାୟୀ କୃଷି ମହୋତ୍ସବରେ ପ୍ରାୟ ୨୦୦ଟି ଷ୍ଟଲ୍ ଖୋଲାଯିବ। ଏଥିରେ ଜାତୀୟ, ଅନ୍ତର୍ଜାତୀୟ ସରକାରୀ, ବେସରକାରୀ ସଂସ୍ଥାମାନେ ଅଂଶଗ୍ରହଣ କରିବେ। ପ୍ରତ୍ୟେକ ଦିବସରେ କୃଷି ବୈଜ୍ଞାନିକମାନଙ୍କୁ ନେଇ କୃଷି ସମ୍ବନ୍ଧୀୟ ଆଲୋଚନାମାନ ଆୟୋଜନ କରାଯିବ। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଚାଷୀମାନଙ୍କ ମଧ୍ୟରେ ଭାବବିନିମୟ ଓ ସୂଚନା ଆଦାନପ୍ରଦାନର ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି।
ମାର୍ଚ ୬ରୁ ଚାରିଦିନିଆ କୃଷି ମହୋତ୍ସବ
Advertisment
Follow Us