ଦିନକରେ ଭିମ୍‌ସାର ଆଇସୋଲେସନ୍‌ ୱାର୍ଡରେ ୪ ମୃତ

Advertisment

କରୋନା କି ନୁହେଁ ରିପୋର୍ଟ ଆସିଲେ ସ୍ପଷ୍ଟ ହେବ

କରୋନା କି ନୁହେଁ ରିପୋର୍ଟ ଆସିଲେ ସ୍ପଷ୍ଟ ହେବ

ନିୟନ୍ତ୍ରଣରେ ଭିମସାର୍‌ ସଂକ୍ରମଣ

Get My University

ସମ୍ବଲପୁର : ଦିନକ ମଧ୍ୟରେ ବୁର୍ଲା ବଡ଼ ଡାକ୍ତରଖାନାର ଆଇସୋଲେସନ୍‌ ୱାର୍ଡରେ ୪ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି। ତେବେ ସେମାନେ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ଖବର ଲେଖାହେବା ଯାଏ ୪ ମୃତକଙ୍କର କୋଭିଡ୍‌ ପରୀକ୍ଷା ରିପୋର୍ଟ ଆସିନାହିଁ। ରିପୋର୍ଟ ନେଗେଟିଭ୍‌ ଆସିଲେ ଶବଗୁଡ଼ିକୁ ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି। ‌ସେପଟେ ଗୁରୁବାର ସକାଳୁ ଭିମ୍‌ସାର ଆଇସୋଲେସନ୍‌ ୱାର୍ଡରେ ଭର୍ତ୍ତି ହୋଇଥିବା ଅନ୍ୟ ୧୨ ସନ୍ଦିଗ୍ଧଙ୍କ ମଧ୍ୟରୁ ୨ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି।

ମିଳିଥିବା ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା କେସିଙ୍ଗାର ଜଣେ ବ୍ୟକ୍ତି(୫୦) ଦୀର୍ଘଦିନ ହେବ ଜ୍ବର ଓ କାଶରେ ଆକ୍ରାନ୍ତ ଥିଲେ। ତେବେ ବୁଧବାର ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସ୍ଥିତି ଅନୁଧ୍ୟାନ ପରେ ‌ତାଙ୍କୁ ଆଇସୋଲେସନ୍‌ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିବା ସମୟରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଏକ ଘଟଣାରେ ଛତିଶଗଡ଼ର ରାୟପୁରରୁ ଆସିଥିବା ଜଣେ ମହିଳାଙ୍କର ମସ୍କିଷ୍କ ସଂକ୍ରମଣ ରହିଥିଲା। ଗୁରୁତର ଅବସ୍ଥାରେ ବୁଧବାର ସେ ଭିମ୍‌ସାରକୁ ଆସିଥିଲେ। ମାତ୍ର ରାଜ୍ୟ ବାହାରୁ ଆସିଥିବାରୁ ତାଙ୍କୁ ଆଇସୋଲେସନ୍‌ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଭୋର୍‌ ୪ଟାରେ ତାଙ୍କର ମୃତ୍ୟୁ ଘଟିଛି। ତୃତୀୟ ଘଟଣାରେ ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ହଲଦୀମିଲ୍‌ ପଡ଼ାର ଜଣେ ନାବାଳକ (୧୩) ଥଣ୍ଡା, ଜ୍ବରରେ ଆକ୍ରାନ୍ତ ହୋଇ ବୁର୍ଲା ବଡ଼ ଡାକ୍ତରଖାନାକୁ ଆସିଥିଲେ। ଆଇସୋଲେସନ୍‌ ୱାର୍ଡରେ ଚିକିତ୍ସାଧୀନ ଅବସ୍ଥାରେ ସକାଳ ୯ଟାରେ ତାଙ୍କର ମୃତ୍ୟୁ ଘଟିଛି। ଚତୁର୍ଥ ଘଟଣାରେ ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ମନୋହରପୁରର ଜଣେ ବୃଦ୍ଧ(୭୫) ଜ୍ବର ଓ କାଶରେ ଆକ୍ରାନ୍ତ ହୋଇ ବୁଧବାର ଭିମ୍‌ସାରରେ ଭର୍ତ୍ତି ହୋଇଥିଲେ। ତେବେ ଆଇସୋଲେସନ୍‌ ୱାର୍ଡରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe