ବାଇକକୁ ପିଟିଲା ଟ୍ରକ: ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ

Advertisment
ବାଇକକୁ ପିଟିଲା ଟ୍ରକ: ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ

ଢେଙ୍କାନାଳ: ବାଇକକୁ ସାମନା ପଟୁ ପିଟିଲା ହାଇୱା ଆଉ ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ନିକଟରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣାରେ ଗୋଟିଏ ପରିବାରର ସ୍ୱାମୀ, ସ୍ତ୍ରୀ ଓ ୨ଛୁଆ ଙ୍କର ମୃତ୍ୟୁ ଘଟିଛି। ସମସ୍ତ ମୃତକ ନିକଟସ୍ଥ ଖଙ୍କିରା ଗାଁର । ଆଜି ଦିନବେଳେ ଖଙ୍କିରା ଗ୍ରାମର ସ୍ୱାମୀ-ସ୍ତ୍ରୀ ତାଙ୍କର ୧୧ ବର୍ଷୀୟ ପୁଅ ଓ ୫ ବର୍ଷୀୟା ଝିଅଙ୍କ ସହ ଏକ ପଲସର ବାଇକ ଯୋଗେ ନିକଟସ୍ଥ ବନ୍ଧୁ ଘରକୁ ଯାଉଥିଲେ।

ସାମନା ପଟୁ ଆସୁଥିବା ହାଇୱା ଗାଡି ସାଙ୍ଗେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା । ନାବାଳକ ଶିଶୁଙ୍କୁ ନିକଟସ୍ଥ ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହାଇୱା ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ବେଳେ ଗାଡିକୁ ପୁଲିସ ଜବତ କରି ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe