ଅନୁଗୁଳରେ ଆମ୍ବୁଲାନ୍‌ସ୍‌-ଗ୍ୟାସ୍‌ ଟ୍ୟାଙ୍କର୍‌ ମୁହାଁମୁହିଁ ଧକ୍କା; ୪ ମୃତ, ୨ ଗୁରୁତର ଆହତ

Advertisment
ଅନୁଗୁଳରେ ଆମ୍ବୁଲାନ୍‌ସ୍‌-ଗ୍ୟାସ୍‌ ଟ୍ୟାଙ୍କର୍‌ ମୁହାଁମୁହିଁ ଧକ୍କା; ୪ ମୃତ, ୨ ଗୁରୁତର ଆହତ

ଅନଗୁଳ: ଆଜି ସକାଳ ପ୍ରାୟ ୭ଟା ବେଳେ ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଜରପଡ଼ା ବସ୍‌ଷ୍ଟାଣ୍ଡ୍‌ ନିକଟରେ ଏକ ଆମ୍ବୁଲାନ୍‌ସ୍‌ ଏବଂ ଗୋଟାଏ ଗ୍ୟାସ୍‌ ଟ୍ୟାଙ୍କର୍‌-ଟ୍ରକ୍‌ ସାମ୍ନାସାମ୍ନି ଧକ୍କା ଖାଇବାରୁ ୪ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଓ ଅନ୍ୟ ୨ଜଣ ବ୍ୟକ୍ତି ସାଙ୍ଘାତିକ ଆହତ ହୋଇଛନ୍ତି।

ହସ୍ତଗତ ହୋଇଥିବା ସୂଚନା ଅନୁସାରେ, ଆମ୍ବୁଲାନ୍‌ସ୍‌ଟି ସମ୍ବଲପୁରରୁ ରୋଗୀ ନେଇ ୫୫ ନମ୍ବର ଜାତୀୟ ରାଜପଥରେ କଟକ ଅଭିମୁଖେ ଯାଉଥିଲା। ଜରପଡ଼ା ବସ୍‌ଷ୍ଟାଣ୍ଡ୍‌ ପାଖାପାଖି ହୋଇଥିବା ବେଳେ ରାସ୍ତାର ବିପରୀତ ଦିଗରୁ ଆସୁଥିବା ଗ୍ୟାସ୍‌ ଟ୍ୟାଙ୍କର୍‌-ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଯୋଗୁଁ ଆମ୍ବୁଲାନ୍‌ସ୍‌ର ଚାଳକଙ୍କ ସମେତ ଭିତରେ ଥିବା ୪ଜଣ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ସାଙ୍ଘାତିକ ଆହତ ହୋଇଥିଲେ।

publive-image

ଖବର ପାଇ ଜରପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍‌ସ୍‌ ମଧ୍ୟରୁ ଦୁଇ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରିଛି।

ଏହା ବ୍ୟତିରେକେ, ନଷ୍ଟ ହୋଇଯାଇଥିବା ଆମ୍ବୁଲାନ୍‌ସ୍‌କୁ ଗ୍ୟାସ୍‌ କଟର୍‌ ସାହାଯ୍ୟରେ କାଟି ମୃତବ୍ୟକ୍ତିଙ୍କର ଶବ ଉଦ୍ଧାର କରିବା ସହ ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଏ ପର୍ଯ୍ୟନ୍ତ ମୃତାହତମାନଙ୍କର ପରିଚୟ ମିଳିନାହିଁ।

ଗ୍ୟାସ୍‌ ଟ୍ୟାଙ୍କର୍‌-ଟ୍ରକ୍‌ର ଚାଳକ କୌଶଳକ୍ରମେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe