ଅଗଷ୍ଟ ୧୫ରେ ୪ ଜିଲ୍ଲା ଓ ରାଉରକେଲା ସହରରେ ସଟ୍‌ଡାଉନ୍‌ ସାମାନ୍ୟ କୋହଳ

Advertisment
ଅଗଷ୍ଟ ୧୫ରେ ୪ ଜିଲ୍ଲା ଓ ରାଉରକେଲା ସହରରେ ସଟ୍‌ଡାଉନ୍‌ ସାମାନ୍ୟ କୋହଳ

ଭୁବନେଶ୍ୱର: ସ୍ୱାଧୀନତା ଦିବସ ଅବସରରେ ଅଗଷ୍ଟ ୧୫ ତାରିଖ ଦିନ ଗଂଜାମ, ଗଜପତି, କଟକ, ଖୋର୍ଦ୍ଧା ଜିଲ୍ଲା ଓ ରାଉରକେଲା ସହରରେ ସଟ୍‌ଡାଉନ୍‌ କଟକଣା ସାମାନ୍ୟ କୋହଳ ରହିବ। ସ୍ୱତନ୍ତ୍ର ରିଲିଫ କମିସନରଙ୍କ ତରଫରୁ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦିଆଯାଇଛି। ଅଗଷ୍ଟ ୧୫ ତାରିଖ ଦିନ ୧୧ଟା ଯାଏଁ ଏହି ୪ଟି ଜିଲ୍ଲା ଓ ରାଉରକେଲାବାସୀ ନିଜ ଅଂଚଳରେ ଜାତୀୟ ପତାକା ଉତ୍ତୋଳନ କରିପାରିବେ। କିନ୍ତୁ ପତାକା ଉତ୍ତୋନଳ ସମୟରେ କୋଭିଡ କଟକଣାକୁ ମାନିବାକୁ ପଡ଼ିବ।

ବିଜ୍ଞପ୍ତିରେ କୁହାଯାଇଛି ଯେ, ସଟ୍‌ଡାଉନ୍‌ କଟକଣା ସହିତ ପତାକା ଉତ୍ତୋଳନ କରିହେବ। କିନ୍ତୁ ଏହି ସମୟରେ କେବଳ ୧୦ ଜଣରୁ ଅଧିକ ଲୋକ ଉପସ୍ଥିତ ରହିପାରିବେ ନାହିଁ। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯିବ। ସେହିଭଳି ଉତ୍ସବସ୍ଥଳକୁ ଭଲଭାବରେ ସାନିଟାଇଜ କରାଯିବ।

publive-image

ସ୍ୱାଧୀନତା ଦିବସ ଅବସରରେ ଆସନ୍ତା ୧୫ ତାରିଖ ସମ୍ବଲପୁର ସଟ୍‌ଡାଉନ୍‌ ରହିବ ନାହିଁ। ସମ୍ବଲପୁର ଜିଲ୍ଲାପାଳ ଶୁଭମ୍‌ ସକ୍‌ସେନା ଗତକାଲି ଏହି ସୂଚନା ଦେଇଛନ୍ତି।

ଜିଲ୍ଲାପାଳ ଶ୍ରୀ ସକ୍‌ସେନା ଏକ ଆଦେଶନାମା ଜାରି କରି କହିଛନ୍ତି ଯେ, ବର୍ତ୍ତମାନ ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲାରେ ସାପ୍ତାହନ୍ତ (ଶନିବାର ଓ ରବିବାର) ସଟ୍‌ଡାଉନ ଚାଲିଛି। ଅଗଷ୍ଟ ୧୫ ଶନିବାର ପଡୁଥିବାରୁ ଏହି ଦିନ ଜିଲ୍ଲାକୁ ସଟ୍‌ଡାଉନ୍‌ ରଖାଯିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe