କର୍ତବ୍ୟର ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ : ୪ ଡାକ୍ତର ନିଲମ୍ବିତ

ବଦଳିଲେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ

ଦେଶରେ ୫୪୮ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ କରୋନା ଆକ୍ରାନ୍ତ

National Institute on Aging

ଭୁବନେଶ୍ବର : କର୍ତବ୍ୟରେ ଅବହେଳା ଅଭିଯୋଗରେ ପୁରୀ ଜିଲ୍ଲାର ୪ଜଣ ଡାକ୍ତର(ସହକାରୀ ସର୍ଜନ)ଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି। ନିଲମ୍ବିତ ଡାକ୍ତର ହେଲେ ଚିଲିକା-ନୂଆପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଜାହାନା ପରବିନ୍ ଓ ଡା.ଜାକେଶ ସାମନ୍ତରାୟ, ବ୍ରହ୍ମଗିରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର(ନୂତନ)ର ଡା.ବାପୁଜୀ ନାୟକ ଓ ରେବଣ ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡା.ଜସ୍ମିନ୍ ନୀଳିମା ପଣ୍ଡା। ବାତ୍ୟା ପରବର୍ତୀ ସ୍ବାସ୍ଥ୍ୟସେବା କାର୍ଯ୍ୟ ତଦାରଖ କରୁଥିବା ସ୍ବାସ୍ଥ୍ୟ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ପରିଦର୍ଶନ ସମୟରେ ଏହି ୪ଜଣ ଡାକ୍ତର କାର୍ଯ୍ୟରେ ଅନୁପସ୍ଥିତ ଥିଲେ।

ଏହାସହ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ରାମଚନ୍ଦ୍ର ରାଉତଙ୍କୁ ମଧ୍ୟ ବଦଳି କରାଯାଇ ସ୍ବାସ୍ଥ୍ୟସେବା ନିର୍ଦେଶାଳୟର ଅତିରିକ୍ତ ନିର୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ତାଙ୍କ ସ୍ଥାନରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଅମରେନ୍ଦ୍ର ନାଥ ମହାନ୍ତିଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଭାବେ ଅବସ୍ଥାପିତ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ ପୌରପାଳିକାର ସ୍ବାସ୍ଥ୍ୟ ଅଧିକାରୀ ଡା.ବସନ୍ତ କୁମାର ମିଶ୍ରଙ୍କୁ ଭୁବନେଶ୍ବର ମହାନଗର ନିଗମ ସ୍ବାସ୍ଥ୍ୟ ଅଧିକାରୀ ଭାବେ ବଦଳି କରାଯାଇଛି। କିଛିଦିନ ହେବ ଏହି ପଦବି ଖାଲି ପଡ଼ିଥିଲା। ଆଜି ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶନାମା ପ୍ରକାଶ ପାଇଛି।

ବାତ୍ୟା ପରବର୍ତୀ ଅବସ୍ଥାରେ ପୁରୀ ଜିଲ୍ଲାର ସ୍ବାସ୍ଥ୍ୟସେବା ଉପରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି। ବିଭାଗୀୟ ସଚିବଙ୍କଠାରୁ ଆରମ୍ଭ କରି ଅନ୍ୟାନ୍ୟ ଅଧିକାରୀମାନେ ପୁରୀ ଜିଲ୍ଲାକୁ ଘନ ଘନ ଗସ୍ତ କରୁଛନ୍ତି। ବାତ୍ୟା ପ୍ରଭାବିତ ଅଞ୍ଚଳରେ ମହାମାରୀ ନ ବ୍ୟାପିବା ପାଇଁ ସ୍ବାସ୍ଥ୍ୟ ବିଭାଗ ସମସ୍ତ ଉଦ୍ୟମ ଜାରି ରଖିଛି। ମାତ୍ର ଏହି ଡାକ୍ତରମାନେ କାର୍ଯ୍ୟରେ ଅନୁପସ୍ଥିତ ରହିବା ଓ ଅବହେଳା ପ୍ରଦର୍ଶନ କରୁଥିବା ଦୃଷ୍ଟିକୁ ଆସିଥିଲା। ଫଳରେ ସେମାନଙ୍କୁ ସରକାର ନିଲମ୍ବିତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe