ଶ୍ରୀଜଗନ୍ନାଥ ମନ୍ଦିରର ୪ଦ୍ବାର ଓ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ: ଶ୍ରୀଜଗନ୍ନାଥ ସେନାର ଭକ୍ତ ଜାଗରଣ ଜନସଂପର୍କ ଯାତ୍ରା

Advertisment
ଶ୍ରୀଜଗନ୍ନାଥ ମନ୍ଦିରର ୪ଦ୍ବାର ଓ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ: ଶ୍ରୀଜଗନ୍ନାଥ ସେନାର ଭକ୍ତ ଜାଗରଣ ଜନସଂପର୍କ ଯାତ୍ରା

ରାୟଗଡା: ଶ୍ରୀଜଗନ୍ନାଥ ମନ୍ଦିରର ଚାରି ଦୁଆର ଓ ରତ୍ନ ଭଣ୍ଡାର ଖୋଲିବା ବାବିରେ ଶ୍ରୀଜଗନ୍ନାଥ ସେନା ପୁରୀ କେନ୍ଦ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଭକ୍ତ ଜାଗରଣ ଜନସଂପର୍କ ଯାତ୍ରା ରାୟଗଡ଼ାରେ ଅନୁଷ୍ଠିତ ହୋଇଛି। ଗତ ୪ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍କରି ନେଇଛି ଯେ ରତ୍ନ ଭଣ୍ଡାରଗ କେବଳ ଲେଜର ସ୍କାନିଂ ହେବ। କିନ୍ତୁ ରତ୍ନ ଗଣତି ମଣତି ହେବ ନାହିଁ। ପରିଚାଳନା କମିଟିର ଏହି ନିଷ୍ପରିକୁ ସେନା ଘୋର ବିରୋଧ କରୁଛି।ସେନା ବାବି କରିଛି ଏହା ହେଉଛି ପ୍ରଶାସନର କୂଟନୀତି।କିନ୍ତୁ ଏହି କୂଟନୀତି ବିଶ୍ବବାସୀଙ୍କୁ ଅଛପା ନାହିଁ। ଗଞ୍ଜାମ, ଖୋଦ୍ଧା, କୋରାପୁଟ ଜିଲ୍ଲାରେ ସେନା ଏହି ଜନସଂପର୍କ କାର୍ଯ୍ୟକ୍ରମ କରି ସରିବା ପରେ ରାୟଗଡ଼ା ମାଟିରେ ଆଜି ପହଞ୍ଚିଛି।ଆଗମୀ ଦିନରେ ଏହି କାର୍ଯ୍ୟକ୍ରମ ସମଗ୍ର ରାଜ୍ୟରେ ଜାରି ରହିବ ବୋଲି ଶ୍ରୀଜଗନ୍ନାଥ ସେନାର କେନ୍ଦ୍ରୀୟ ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।

ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ଯେ ଜଗନ୍ନାଥ ସେନା ପକ୍ଷରୁ ଏହି ଦୁଇ ଦାବି(ଶ୍ରୀମନ୍ଦିର ଚାରି ଦୁଆର ଖୋଲିବା ଓ ରନ୍‌ ଭଣ୍ଡାର ଖୋଲିବା)କୁ ନେଇ ଗତ ଅକ୍ଟୋବର ୩ ତାରିଖରେ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା। କିନ୍ତୁ ଚାରି ଦୁଆର ଖୋଲିବା ଓ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ମାନ୍ୟବର ହାଇକୋର୍ଟ ଓ ରାଜ୍ୟ ସରକାର ହସ୍ତକ୍ଷେପ କରି ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ୨ ମାସ ମଧ୍ୟରେ ଶେଷ କରି ଚାରି ଦୁଆର ଖୋଲିବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ମାନ୍ୟବର ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଦୁଇମାସ ମହଲତ ଦେଇଥିଲେ। ଅବସରପ୍ରାପ୍ତ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ବିଚାରପତିଙ୍କ ତତ୍ତ୍ଵାବଧାନରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ରତ୍ନଭଣ୍ଡାର ଖୋଲି ରତ୍ନ ଗଣତି ଓ ମଣତି ପାଇଁ ହାଇକୋର୍ଟ ନିର୍ଦେଶ ଜାରି କରିଥିଲେ।

ଏହି ପରିପ୍ରେକ୍ଷୀରେ ହାଇକୋର୍ଟଙ୍କ ନିର୍ଦେଶ ଓ ପୁରୀ ଜିଲ୍ଲା ପ୍ରଶାସନର ଅନୁରୋଧ ଯୋଗୁଁ ସେନାର ଓଡିଶା ବନ୍ଦ ଡାକରା ସାମୟିକ ଭାବେ ସ୍ଥଗିତ ରହିଛି। କିନ୍ତୁ ବୁଦ୍ଧିଜୀବୀ ଆନ୍ଦୋଳନରେ ଯବନିକା ପଡ଼ିନାହିଁ। ସେଥି ପାଇଁ ସେନା ଭକ୍ତ ଜାଗରଣ ଓ ସଂପର୍କ ଯାତ୍ରା ଆରମ୍ଭ କରିଛି।ଯଦି ଆସନ୍ତା ୨ ମାସ ମଧ୍ୟରେ ରାଜ୍ୟ ସରକାର ଓ ପୁରୀ ଜିଲ୍ଲା ପ୍ରଶାସନ ଚାରି ଦୁଆର (ଧର୍ମ, ଅର୍ଥ, କାମ, ମୋକ୍ଷ) ଖୋଲି ଦିଅନ୍ତି ଓ ଋତୁଭଣ୍ଡାର ଖୋଲି ମରାମତି ସହ ରତ୍ନ ଗଣତି ମଣତି କରନ୍ତି ତେବେ ଆନ୍ଦୋଳନ ଏବଂ ଶାନ୍ତିପୂର୍ଣ୍ଣ ଓଡ଼ିଶା ବନ୍ଦ ଆଉ ହେବ ନାହିଁ।କିନ୍ତୁ ଯଦି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ବିଶ୍ବବାସୀଙ୍କ ଧାର୍ମିକ ମାନସିକତା ସହ ଖେଳି ସମୟ ଗଡ଼ାନ୍ତି ତାହା ହେଲେ ନିଜର ଧାର୍ମିକ ଅଧିକାର ପାଇଁ ସାମୟିକ ଭାବେ ସ୍ଥଗିତ ଥିବା ଆନ୍ଦୋଳନ ଓ ବନ୍ଦ ପୁନର୍ବାର ହେବ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି।

ସେ କହିଛନ୍ତି ୪ ଦୁଆର ବନ୍ଦ ହେବା ଯୋଗୁ ଭକ୍ତମାନେ ନାନା ସମସ୍ୟାର ସମ୍‌ମୁଖୀନ ହେଉଛନ୍ତି। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଅଯଥାରେ ଘଣ୍ଟା ଘଣ୍ଟା ଧାଡିରେ ଅପେକ୍ଷା କରିବାକୁ ପଡୁଛି। ଏହାଦ୍ଵାରା ଲୋକେ ବେହୋସ ହୋଇ ଯାଉଛନ୍ତି ଓ ଭକ୍ତଙ୍କ ମୃତ୍ୟୁ ମଧ୍ୟ ଘଟୁଛି। ପ୍ରଶାସନିକ ଅଧିକାରୀମାନେ ନିଜର ପତିଆରା ଜାହିର କରିବା ପାଇଁ ଏହିପରି କରୁଛନ୍ତି ବୋଲି ଅଭିଯୋଗ ହୋଇଥିଲା। କାରଣ ଲୋକେ ହଇରାଣ ହେଲେ ସେମାନଙ୍କ ନିକଟରେ ଲୋକେ ଅଧୁଆ ପଡିବେ ଓ ସେମାନେ ନିର୍ଦେଶ ଦେଲେ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବେ। ଅଧିକାରୀମାନଙ୍କ ଏହି ଏକଚାଟିଆ ମନୋଭାବ ପାଇଁ ରାଜ୍ୟ ଓ ଦେଶର ବିଭିନ୍ନ କୋଣ ଅନୁକୋଣରୁ ଆସୁଥିାବା ଭକ୍ତବୃନ୍ଦ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ନାକେଦମ ହେଉଛନ୍ତି। ତେଣୁ ଭକ୍ତଙ୍କ ସୁବିଧା ଓ ସୁରକ୍ଷିତ ଦର୍ଶନ ଦୃଷ୍ଟିରୁ ତୁରନ୍ତ ଶ୍ରୀ ମନ୍ଦିର ପ୍ରକଳ୍ପ କାର୍ଯ୍ୟ ସାରିବା ସହ ୪ ଦୁଆର ଆସନ୍ତା ୨ ମାସ ମଧ୍ୟରେ ଖୋଲାଯିବା ନିହାତି ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେବା ସହ ପ୍ରଶ୍ନ କରିଛନ୍ତି ଯେ ରନ୍ଗଭଣ୍ଡାର ଓ ଚାରି ଦୁଆର ଖୋଲିବାକୁ ସରକାର ଡରୁଛନ୍ତି କାହିଁକି? ଓଡ଼ିଆଙ୍କ ପ୍ରାଣକେନ୍ଦ୍ର କାଳିଆ ସାଆନ୍ତଙ୍କ ଠାରୁ ଭକ୍ତଙ୍କୁ ଅଲଗା କରିବାର ଅଧିକାର ସରକାରଙ୍କର ଅଛି କି?ଯିଏ ମନ୍ଦିର ନିର୍ମାଣ କରିଥିଲେ ସିଏ ଗୋଟିଏ ଦ୍ବାର ନ କରି ଏପରି ବିଶାଳକାୟ ଚାରି ଦୁଆର ନିର୍ମାଣ କରିଥିଲେ କାହିଁକି? କାରଣ ଭବିଷ୍ୟତରେ ବିଶ୍ବନିୟନ୍ତାଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତମାନେ ଆସିବେ।ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ମନୋଜ ମହାପାତ୍ର, ଆଇନଜୀବୀ ସନ୍ତୋଷ ରାଉତ, ପ୍ରଫୁଲ୍ଲ କୁମାର ବେହେରା, ମଙ୍ଗରାଜ ସାସମଲ, ନରସିଂହ ପୂଜାପଣ୍ଡା ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe