ପାର୍ବଣ ପୂର୍ବରୁ ବାଲେଶ୍ବର ବାହାରକୁ ବଦଳିହେଲେ ୪ ଡିଏସ୍‌ପି

Advertisment
ପାର୍ବଣ ପୂର୍ବରୁ ବାଲେଶ୍ବର ବାହାରକୁ ବଦଳିହେଲେ ୪ ଡିଏସ୍‌ପି

Prameyanews.com

ବାଲେଶ୍ବର: ଓଡ଼ିଶା ପୁଲିସ ଏ‌ଷ୍ଟାବ୍ଲିସ୍‌ମେଣ୍ଟ ବୋର୍ଡ ଡିଏସ୍‌ପି ସ୍ତରରେ ଏକ ବଡ଼ ଧରଣର ବଦଳି କରିଛି। ଏଥି‌େର ବାଲେଶ୍ବର ଜିଲ୍ଲାରୁ ୪ ଜଣ ଡିଏସ୍‌ପି ବାହାର ଜିଲ୍ଲାକୁ ହୋଇଥିବା ବେଳେ ଏଠାକୁ ୩ ଜଣ ଡିଏସ୍‌ପି ଆସୁଥିବା ସୂଚନା ମିଳିଛି।

ବଦଳି ହୋଇଥିବା ଜିଲ୍ଲାର ୪ ଡିଏସ୍‌ପି ହେଲେ ବାଲେଶ୍ବର ସିଟି ଡିଏସ୍‌ପି ଅମୂଲ୍ୟ କୁମାର ଧର, ସଦର ଏସ୍‌ଡିପିଓ ପଦାରବିନ୍ଦ ତ୍ରିପାଠୀ, ଜଳେଶ୍ବର ଏସ୍‌ଡିପିଓ ଅଙ୍କିତା କୁମ୍ଭାର ଓ ଜିଲ୍ଲା ମୁଖ୍ୟାଳୟରେ ଥିବା ଦ୍ରୌପଦୀ ଦାସ। ଡିଏସ୍‌ପି ଶ୍ରୀ ଧର କଳାହାଣ୍ଡି ଜିଲ୍ଲା, ସୁଶ୍ରୀ କୁମ୍ଭାର ଟିଟ୍‌ଲାଗଡ଼, ଶ୍ରୀମତୀ ଦାସ ସୁନ୍ଦରଗଡ଼ ଓ ଶ୍ରୀ ତ୍ରିପାଠୀଙ୍କୁ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀ, ଭୁବନେଶ୍ବରକୁ ବଦଳି ହୋଇଛନ୍ତି। ସେହିପରି କଟକ ସ୍ଥିତ ଷ୍ଟେଟ୍‌ ଏଚ୍‌ଆର୍‌ପିସିରେ ଡିଏସ୍‌ପି ଥିବା ବ୍ରଜମୋହନ ପ୍ରଧାନ ବାଲେଶ୍ବର ଜିଲ୍ଲା ପୁଲିସ ମୁଖ୍ୟାଳୟ, ବଡ଼ଗାଁ ଏସ୍‌ଡିପିଓ ଥିବା ଶଶାଙ୍କ ଶେଖର ବେଉରାଙ୍କୁ ବାଲେଶ୍ବର ସଦର ଏସ୍‌ଡିପିଓ ଏବଂ କ୍ରାଇମବ୍ରାଞ୍ଚରେ ଏସ୍‌ଟିଏଫ୍ ଡିଏସ୍‌ପି ଥିବା ଦିଲ୍ଲୀପ କୁମାର ସାହୁଙ୍କୁ ଜଳେଶ୍ବର ଏସ୍‌ଡିପିଓ ଭାବେ ବଦଳି କରାଯାଇଛି।

‌ଆଗକୁ ପାର୍ବଣ ଋତୁ ଆସୁଥିବାରୁ ବାଲେଶ୍ବର ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ବ୍ୟବସ୍ଥା କଡ଼ାକଡ଼ି ରଖିବା ଜିଲ୍ଲା ପୁଲିସ ପାଇଁ ଗୁରୁତ୍ବ ବହନ କରେ। ମାତ୍ର ଗତ କିଛି ମାସ ଧରି ସହର ସମେତ ଗ୍ରାମାଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ବେଶ୍‌ ବୃଦ୍ଧି ପାଇଥିଲା। ଫଳରେ ଜିଲ୍ଲା ପୁଲିସ୍‌ କାର୍ଯ୍ୟଧାରା ଉପରେ ସାଧାରଣରେ ଅସନ୍ତୋଷ ତେଜିଥିଲା। ଏପରିକି ଜିଲ୍ଲାବାସୀ ପୁଲିସ ବିରୋଧରେ ବନ୍ଦ ଡାକରା ମଧ୍ୟ ଦେଇଥିଲେ।  ଏବେ ପାର୍ବଣ ପୂର୍ବରୁ ହଠାତ୍‌ ସିଟି ଡିଏସ୍‌ପି, ସଦର ଏସ୍‌ଡିପିଓ, ଡିଏସ୍‌ପି ଶ୍ରୀମତୀ ଦାସ ଓ ଜ‌େଳଶ୍ବର ଡିଏସ୍‌ପି କୁମ୍ଭାରଙ୍କ ବଦଳିକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe