ଝାଡ଼ଖଣ୍ଡରୁ ଚୋରି ଡମ୍ପର ଉଦ୍ଧାର, ୪ ଗିରଫ

ଝାଡ଼ଖଣ୍ଡରୁ ଚୋରି ଡମ୍ପର ଉଦ୍ଧାର, ୪ ଗିରଫ

ଯୋଡ଼ା: ଯୋଡ଼ା ଖଣି ଅଞ୍ଚଳରୁ ଡମ୍ପର ଚୋରି ରାକେଟର ଚେର ଝାଡ଼ଖଣ୍ଡ ରାଜ୍ୟକୁ ଲମ୍ବିଛି। କିଛି ଡମ୍ପର ମାଲିକଙ୍କ ସହଯୋଗରେ ଏହି ବଡ଼ଧରଣର ଡମ୍ପର ଚୋରି ରାକେଟର ପର୍ଦ୍ଦାଫାସ କରିଛି ଯୋଡ଼ା ପୁଲିସ। ଯୋଡ଼ା ବାଂଶପାଣିରୁ ଚୋରି ହୋଇଥିବା ଏକ ଡମ୍ପର (ଓଆର୍‌-୦୯-ଏଚ୍‌-୩୦୪୪)କୁ ପୁଲିସ ଝାଡ଼ଖଣ୍ଡରୁ ଉଦ୍ଧାର କରିବା ସହିତ ୪ଜଣକୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବଡ଼ବିଲର ସାହାନାୱାଜ ଖାନ୍‌, ଝାଡ଼ଖଣ୍ଡ ଜଗନ୍ନାଥପୁର ମୌଲାନାନଗରର ପରବେଜ ଆଲମ, ବାଂଶପାଣିର ବିକାଶ ଆପଟ୍ଟ ଓ ନିରଞ୍ଜନ ମହାନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ବ‌ାଂଶପାଣିର ଗଣେଶ ପଲେଇ ଘର ଆଗରୁ ଡମ୍ପର ଚୋରି ହୋଇଥିବା ନେଇ ସେ ଗତ ୬ ତାରିଖରେ ଯୋଡ଼ା ଥାନାରେ ଏତଲା ଦେଇଥିଲେ। ପୁଲିସ କେସ୍‌ ନମ୍ବର ୬୧/୨୦୨୨ରେ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏକ ଟିମ୍‌  ଝାଡ଼ଖଣ୍ଡ ରାଜ୍ୟରେ ଚଢ଼ଉ କରିଥିଲେ। ଦୁର୍ବୃତ୍ତମାନେ ଡମ୍ପରଟିକୁ ନେଇ ଝାଡ଼ଖଣ୍ଡ ଜଗନ୍ନାଥପୁରରେ ଏକ କବାଡ଼ିବାଲାକୁ ବିକ୍ରି କରିଦେଇଥିଲେ। ସେଠାରୁ ଡମ୍ପରଟିକୁ ଉଦ୍ଧାର କରାଯିବା ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୁଲିସ କହିଛି।

ସୂଚନାଯୋଗ୍ୟ, କିଛିଦିନ ମଧ୍ୟରେ ବାଂଶପାଣି, କମାରଯୋଡ଼ା ଓ ଯୋଡ଼ାରୁ ୫ଟି ଡମ୍ପର ଚୋରି ହୋଇଥିବା ଯୋଡ଼ା ଥାନାରେ ଡମ୍ପର ମାଲିକମାନେ ଅଭିଯୋଗ କରିଛନ୍ତି। ପୁଲିସ ତଦନ୍ତ ବେଳେ ଏହି ଚୋରି ରାକେଟ ଯୋଡ଼ାରୁ ଝାଡ଼ଖଣ୍ଡକୁ ଲମ୍ବିଥିବା ଜାଣିବାକୁ ପାଇଛି। ଅନ୍ୟ ଡମ୍ପରର ଗୁଡ଼ିକୁ ଉଦ୍ଧାର କରିବା ପାଇଁ ପୁଲିସ ପକ୍ଷରୁ ଛାନ୍‌ଭିନ୍‌ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe