ମାଛକାନ୍ଦଣା ପୋଲ ଉପରେ ୪ ଫୁଟର ପାଣି

Advertisment
ମାଛକାନ୍ଦଣା ପୋଲ ଉପରେ ୪ ଫୁଟର ପାଣି

ପଦ୍ମପୁର: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଗତକାଲିଠାରୁ କେନ୍ଦୁଝର ସଦର ବ୍ଲକ୍‌ର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କେନ୍ଦୁଝର ସଦର ବ୍ଲକ୍‌ ପଦ୍ମପୁର ପଞ୍ଚାୟତ ଭାଟୁଣିଆଁ ନିକଟରେ ମାଛକାନ୍ଦଣା ପୋଲ ଉପରେ ୪ ଫୁଟ ଉଚ୍ଚର ବନ୍ୟାପାଣି ପ୍ରବାହିତ ହେଉଛି। ପଦ୍ମପୁର ବଜାର ଏବଂ କେନ୍ଦୁଝର ସହରକୁ ସଂଯୋଗ କରିଥିବା ଏହି ରାସ୍ତାରେ ଯାତାୟାତ ଠପ୍ ହୋଇଯାଇଛି। ବରଦାପାଳ, ନୂଆଗାଁ, ପର୍ଜନପୁର, ମହାଦେଇଯୋଡା, ପଦ୍ମପୁର ହଜାର ହଜାର ଜନସାଧାରଣ ଭାଟୁଣିଆଁ ଦେଇ ପଦ୍ମପୁର ୨୦ନମ୍ବର ଜାତୀୟ ରାଜପଥକୁ ଯାଇପାରୁ ନାହାନ୍ତି। ଏପଟେ କାଦଗଡ଼ ଭଣ୍ତାନାଳିସାହି ପୋଲ ଓ ଲେଭଲକ୍ରସିଂ ନିକଟରେ ଥିବା ରେଳବାଇର ଘୋଷରା ପୋଲ ଉପରେ ମଧ୍ୟ ୫ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ। ସେହିପରି କାଦଗଡ଼ ବଡ଼ବିଲ-ଖ ମହାନ୍ତସାହିକୁ ସଂଯୋଗ କରୁଥିବା ପୋଲରେ ଅତ୍ୟାଧିକ ବନ୍ୟାଜଳ ପ୍ରବାହିତ ହେବାରୁ ପୋଲରେ ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏହି ଗ୍ରାମର ଭାଲୁପାଳିସାହିଠାରେ ଥିବା ମାଛକାନ୍ଦଣା ପୋଲ, ନୂଆଗାଁ ପଞ୍ଚାୟତ ହାତୀକୁଚା ଝିଟିଙ୍ଗାନାଳ ଏବଂ ପୁରୁଣାସାହିରେ ଥିବା ପୋଲ ଉପ‌ରେ ମଧ୍ୟ ବନ୍ୟାଜଳ ପ୍ରବାହିତ ହେଉଛି।

ପୋଲ ଏବଂ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଗର୍ଭବତୀ ଓ ଗୁରୁତର ରୋଗୀଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ଯାଇପାରୁ ନାହିଁ। ଗୋବର୍ଦ୍ଧନ, କାଉଁରୀକଳା, ଶଙ୍କିରୀ, ବାଉରୀପଦା, ରାଇସୁଆଁ, ଗୋପୀନାଥପୁର, ଜନାର୍ଦ୍ଦନପୁର, କେମ୍ପସଡ଼ା, ହାଣ୍ତିଭଙ୍ଗା, ପର୍ଜନପୁର, କଣ୍ତରାପଶି, ପଳାଶପଙ୍ଗା ପଞ୍ଚାୟତର ହଜାର ହଜାର ଲୋକେ ବିଭିନ୍ନ କାମଧନ୍ଦା ପାଇଁ ପଦ୍ମପୁର, ନୂଆଗାଁ ରାସ୍ତାଦେଇ ଯାତାୟାତ କରିପାରୁ ନାହାନ୍ତି। ଭାଟୁଣିଆଁ ନିକଟ ମାଛକାନ୍ଦଣା ପୋଲ, ନୂଆଗାଁ ପଞ୍ଚାୟତ କାଦଗଡ଼ ଭଣ୍ତାନାଳିସାହି ଓ ରେଳବାଇର ଘୋଷରା ପୋଲ ଏବଂ ଭାଲୁପାଳିସାହି ପୋଲ ଉପରେ ସାମାନ୍ୟ ବର୍ଷା ହେଲେ ପାଣି ପ୍ରବାହିତ ହେଉଛି। ଏଠାରେ ଉଚ୍ଚା ପୋଲ ନିର୍ମାଣ କରିବାକୁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକ‌ର୍ଷଣ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe