The New Indian Express
ସମ୍ବଲପୁର: ଶୁକ୍ରବାର ହୀରାକୁଦ ବନ୍ଧର ୪ଟି ଗେଟ୍ ଖୋଲିଛି। ଜଳଭଣ୍ଡାର ପୁଣି ଥରେ ଏହାର ଶୀର୍ଷ ସ୍ତର ୬୩୦ ଫୁଟ୍ ଛୁଇଁବା ପରେ ଅତିରିକ୍ତ ଜଳ ନିଷ୍କାସନ ପାଇଁ ୨ଟି ପର୍ଯ୍ୟାୟରେ ବାମ ସ୍ପିଲ୍ୱେ’ର ୪ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ସକାଳ ୮ଟା ୩୦ରେ ୨ଟି ଓ ଦିନ ୩ଟାରେ ୨ଟି ସ୍ଲୁଇସ୍ ଗେଟ୍ ଖୋଲିଥିଲା। ଶୁକ୍ରବାର ରାତି ୯ଟା ବେଳେ ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଜଳସ୍ତର ୬୩୦ ଫୁଟ୍ରେ ସ୍ଥିର ଥିଲା। ସେତିକିବେଳେ ଜଳଭଣ୍ଡାରକୁ ୧,୦୭,୫୦୮ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ସମାନ ପରିମାଣର ଜଳ ନିଷ୍କାସିତ ହେଉଥିଲା।
ସେଥିରୁ ସ୍ପିଲ୍ୱେ’ର ୪ ଗେଟ୍ ଦେଇ ୬୫,୭୬୦ କ୍ୟୁସେକ୍, ବିଦ୍ୟୁତ୍ ଉତ୍ପାଦନ ପାଇଁ ପାୱାର୍ ଚାନେଲ୍ ଦେଇ ୩୬,୯୩୯ କ୍ୟୁସେକ୍, ଜଳ ସେଚନ ପାଇଁ ବରଗଡ଼ ମୁଖ୍ୟ କେନାଲ୍ ଦେଇ ୩,୯୬୫ କ୍ୟୁସେକ୍, ଶାସନ ମୁଖ୍ୟ କେନାଲ ଦେଇ ୫୦୦ କ୍ୟୁସେକ୍ ଓ ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରି ଦେଇ ୧୦୮ କ୍ୟୁସେକ୍, ଶିଳ୍ପ ସଂସ୍ଥା ପାଇଁ ୨୩୬ କ୍ୟୁସେକ୍ ପାଣି ଛଡ଼ା ଯାଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୩.୧୬ ମିଲିମିଟର୍ ଓ ତଳ ମୁଣ୍ଡରେ ୭.୮୬ ମିମି ହାରାହାରି ବର୍ଷା ହୋଇଥିବା ଜଣା ପଡ଼ିଛି।
Follow Us