ହୀରାକୁଦର ୪ ଗେଟ୍ ଖୋଲା

Advertisment
ହୀରାକୁଦର ୪ ଗେଟ୍ ଖୋଲା

The New Indian Express

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଖୋଲାଥିବା ୭ଟି ଗେଟ୍ ମଧ୍ୟରୁ ଆଜି ୩ଟି ଗେଟ୍‌ ବନ୍ଦ କରିଦିଆଯାଇଛି। ୪ଟି ଗେଟ୍‌ ହୀରାକୁଦ ଜଳଭଣ୍ଡାରରୁ ମହାନଦୀକୁ ଜଳ ଛଡ଼ାଯାଇଛି। ସନ୍ଧ୍ୟା ୬ଟାରେ ଜଳଭଣ୍ଡାରର ଜଳସ୍ତର ୬୦୭.୬୫ ଫୁଟ୍ ରହିଥିଲା। ସେହି ସମୟରେ ଜଳଭଣ୍ଡାରକୁ ୧,୩୫,୦୩୦ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧,୪୧,୮୩୮ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା।

ସ୍ପିଲୱେ ଜରିଆରେ ୧,୦୨,୭୧୧  ଏବଂ ପାୱାର ଚାନେଲ ଦେଇ ୩୪, ୮୧୫ କ୍ୟୁସେକ ମହାନଦୀରେ ଛଡ଼ାଯାଇଥିବା ବେଳେ କେନାଲଗୁଡ଼ିକରେ ୪୦୩୯ କ୍ୟୁସେକ ଛଡ଼ାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe