କାର ସହ ୪ ଛେଳି ଜବତ, ୨ ଗିରଫ

Advertisment
କାର ସହ ୪ ଛେଳି ଜବତ, ୨ ଗିରଫ

ହରିଚନ୍ଦନପୁର : ହରିଚନ୍ଦନପୁର ବ୍ଲକ ଭଗାମୁଣ୍ଡାରୁ ଗତକାଲି ୪ ଟି ଛେଳି ଏକ କାର (ଓଡ଼ି -୦୫ ବିସି ୮୬୨୦)ରେ ଚୋରି କରି ନେଉଥିବାବେଳେ ପୁଲିସ ତାର ପିଛା କରି ଆନନ୍ଦପୁର - ଯାଜପୁର ରୋଡ଼ ରାସ୍ତାର ହସନପୁର ଟୋଲ ଗେଟ ନିକଟରେ ଧରିଥିଲା। ଛେଳି ସହ ପୁଲିସ କାର ଜବତ କରିବା ସହ ଚୋର ଘସିପୁରା ବ୍ଲକ ଖଲଣା ଗ୍ରାମର ପ୍ରତାପ ରାଉତ (୨୬) ଓ କଟକ ସଦରର ନିର୍ମଳ ବେହେରା (୨୬)କୁ ଗିରଫ କରିଛି ।

ଭଗାମୁଣ୍ଡାର ସୁକାନ୍ତ ସାହୁଙ୍କ ଢାବା ନିକଟରେ ଥିବା ୪ ଟି ଛେଳିକୁ କାରରେ ଭର୍ତ୍ତି କରି ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଛେଳି ଚୋରି ହୋଇଥିବା ସମ୍ପର୍କରେ ଶ୍ରୀ ସାହୁ  ହରିଚନ୍ଦନପୁର ଥାନାରେ ଅଭିଯୋଗ କରିଥିଲେ।  ଖବର ପାଇ ଥାନା ଅଧିକାରୀ ଦେବକୀ ନାଏକ,ଏସଆଇ ସୁରେଶ କୁମାର ମାଝି,ଏସଆଇ ଅଯୋଧ୍ୟା ମାଟିଆ ପ୍ରମୁଖ କାରକୁ ଗୋଡ଼ାଇ ହସନପୁର ଟୋଲ ଗେଟ ନିକଟରେ ଧରିଥିଲେ। ଏଏସଆଇ ସନ୍ତୋଷ କୁମାର ବେହେରା ୧୪୮/୨୨ ରେ ଏକ ମାମଲା ରୁଜୁ କରି ଚୋର ଦୁଇ ଜଣକୁ କୋର୍ଟ ଚାଲାଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe