ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ପାଇଁ ୪ ଘଣ୍ଟା ଦର୍ଶନ ବନ୍ଦ ରହିବ

Advertisment
ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ପାଇଁ ୪ ଘଣ୍ଟା ଦର୍ଶନ ବନ୍ଦ ରହିବ

OdishaTV

ପୁରୀ: ବୁଧବାର ମାର୍ଗଶିର-କୃଷ୍ଣ ପ୍ରତିପଦା ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ତେଣୁ ନୀତିରେ କିଛି ପରିବର୍ତ୍ତନ ହୋଇଛି। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସର୍ବସାଧାରଣ ଦର୍ଶନ ହେବ। ଆପାତତଃ ଅପରାହ୍ନ ଘ.୫.୦୦ ରୁ ରାତ୍ର ଘ.୯.୦୦ ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀ ମନ୍ଦିର ପକ୍ଷରୁ ସୂଚନା ମିଳିଛି।

ମଙ୍ଗଳବାର କାର୍ତ୍ତିକ ବ୍ରତ ସରିଛି। ବୁଧବାର ଶ୍ରୀ ବିଗ୍ରହଙ୍କୁ ଦର୍ଶନ କରି ହବିଷ୍ୟାଳିମାନେ ଫେରିବେ। ତେବେ ଏଭଳି ନୀତି ପରିବର୍ତ୍ତନ ଯୋଗୁ କିଛିଟା ସମସ୍ୟା ଉପୁଜୁଥିଲେ ବି ହବିଷ୍ୟାଳିମାନେ ଫେରିବାରେ ବିଳମ୍ବ ହେବା ସ୍ପଷ୍ଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe