ନିଆଁଲାଗି ୨ ଗ୍ରାମର ୪ ବଖରା ଭସ୍ମୀଭୂତ

Advertisment
ନିଆଁଲାଗି ୨ ଗ୍ରାମର ୪ ବଖରା ଭସ୍ମୀଭୂତ

କଣ୍ଟାମାଳ: ସୋମବାର ନିଆଁଲାଗି ୨ଟି ଗ୍ରାମର ୪ ବଖରା ଭସ୍ମୀଭୂତ ହୋଇଯାଇଛି। ବହୁ ଆସବାବ ପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। ସୂଚନା ଅନୁସାରେ, କଣ୍ଟାମାଳ ବ୍ଲକ ପଲଶାଗୋରା ପଞ୍ଚାୟତ ଝିଙ୍କରପାଲି ଗ୍ରାମର ହିମାଂଶୁ ପାଣ୍ଡେଙ୍କ ଘରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ହିମାଂଶୁ ସପରିବାର କୌଣସି କାମରେ ବାହାରକୁ ଯାଇଥିବା ବେଳେ ଦିନ ଗୋଟାଏ ବେଳେ ତାଙ୍କ ଘରୁ ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ।

ଲୋକେ କଣ୍ଟାମାଳ ଅଗ୍ନିଶମ ବାହିନୀକୁ ଖବର ଦେବା ସହ ପାଣିଆଣି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ଇତିମଧ୍ୟରେ ତାଙ୍କର ଦୁଇ ବଖରା ଘର ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା। ସେ ଅତ୍ୟନ୍ତ ଗରିବ ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି। ସେହିପରି ଶୁଣ୍ଢିପଦର ପଞ୍ଚାୟତ ଗୁଢ଼ିଆଳି ଗ୍ରାମର ଟିକୁନୁ ପାତ୍ରଙ୍କର ମଧ୍ୟ ୨ ବଖରା ନିଆଁଲାଗି ନଷ୍ଟ ହୋଇଯାଇଛି। ନିଆଁରେ ବ୍ୟାପକ ଜିନିଷ ନଷ୍ଟ ହୋଇଥିବା ବେଳେ ଟିକୁନୁଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି। କଣ୍ଟାମାଳ ତହସିଲଦାର କର୍ଣ୍ଣ ମଲ୍ଲିକ ଓ ପରା ରାଜସ୍ବ ଅଧିକାରୀ ଯଜ୍ଞେଶ୍ୱର ମଲ୍ଲିକ ଦୁଇଟି ଗ୍ରାମକୁ ଯାଇ କ୍ଷୟକ୍ଷତି ଆକଳନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe