Discover Magazine
ଆନନ୍ଦପୁର/ଦେଓଗାଁ : ଘସିପୁରା ଥାନା ବଳରାମପୁର ଗ୍ରାମରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟି ଚାରି ବଖରା ଘର ପୋଡ଼ିଯାଇଛି। ରାତି ପ୍ରାୟ ସାଢ଼େ ୧୧ଟାବେଳେ ବିଦ୍ୟୁତ୍ ସର୍ଟସର୍କିଟ୍ରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଅଗ୍ନିକାଣ୍ଡରେ ଗ୍ରାମର ପ୍ରକାଶ ଜେନା, ରମେଶ ଜେନା, ଦାମୋଦର ଜେନାଙ୍କ ଚାରିବଖରା ଘର ପୋଡ଼ି ଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।
ଘସିପୁରା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଆଜି ସକାଳେ ରାଜସ୍ୱ ବିଭାଗ ପକ୍ଷରୁ କ୍ଷୟକ୍ଷତି ଅନୁଧ୍ୟାନ କରାଯାଇ ବିପନ୍ନଙ୍କୁ ପଲିଥିନ ପ୍ରଦାନ କରାଯାଇଛି। ତୁରନ୍ତ ବିପନ୍ନ ପରିବାରକୁ ସରକାରୀ ଆବାସ ଯୋଗାଇଦେବାକୁ ଦାବି ହେଉଛି।
Follow Us