୪ଶହ ବର୍ଷ ପରେ ଶନି-ବୃହସ୍ପତି ମହାମିଳନ, ଡିସେମ୍ବର ୨୧ରେ ଖାଲି ଆଖିରେ ଦେଖିହେବ ଏହି ବିରଳ ଦୃଶ୍ୟ

୪ଶହ ବର୍ଷ ପରେ ଶନି-ବୃହସ୍ପତି ମହାମିଳନ, ଡିସେମ୍ବର ୨୧ରେ ଖାଲି ଆଖିରେ ଦେଖିହେବ ଏହି ବିରଳ ଦୃଶ୍ୟ

Star of Mysore

ଭୁବନେଶ୍ୱର : ଦୀର୍ଘ ବର୍ଷ ପରେ ମହାକାଶରେ ଏକ ବିରଳ ଘଟଣା ଘଟିବାକୁ ଯାଉଛି। ପାଖାପାଖି ୪ଶହ ବର୍ଷ ପରେ ମହାକାଶରେ ଶନି ଓ ବୃହସ୍ପତିଙ୍କ ମହାମିଳନର ଦୃଶ୍ୟ ଦେଖିବାର ସୁଯୋଗ ମିଳିବ। ଡିସେମ୍ବର ୨୧ ତାରିଖରେ ଏହି ବିରଳ ଚିତ୍ର ଦୃଶ୍ୟମାନ ହେବ। ଉଭୟ ଗ୍ରହ ମଧ୍ୟରେ ଦୂରତା ମାତ୍ର ୦.୧ ଡିଗ୍ରି ରହିବ। ଉକ୍ତ ଦିନ ସୂର୍ଯ୍ୟୋଦୟ ହେବାର ୧ ଘଣ୍ଟା ପରେ ଉତ୍ତର ପଶ୍ଚିମ ଦିଗବଳୟର ଟିକେ ଉପରେ ଏହା ଏକତ୍ର ଯୋଡ଼ି ହେବା ଭଳି ଦେଖାଯିବ। ଏହି ଦୃଶ୍ୟକୁ ଖାଲି ଆଖିରେ ଦେଖି ହେବ। ତେବେ ଛୋଟ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖିଲେ ବୃହସ୍ପତି ଓ ଶନିର ମହାମିଳନ ସହ ଉଭୟ ଗ୍ରହର ଉପଗ୍ରହ ଇଓ, ୟୁରୋପା, ଗାଲିମେଡ୍‌, କାଲିଷ୍ଟୋ ଓ ଟାଇଟନ୍‌ ମଧ୍ୟ ଦୃଶ୍ୟମାନ ହେବ। ୧୬୨୩ ମସିହା ଜୁଲାଇ ‌୧୬ ତାରିଖରେ ଉଭୟ ବୃହସ୍ପତି ଓ ଶନି ଗ୍ରହ ମଧ୍ୟରେ ଦୂରତା ୦.୦୧ ଡିଗ୍ରି ରହିଥିଲା। ତେଣୁ ଦୀର୍ଘ ୪୦୦ ବର୍ଷ ପରେ ଏହି ଦୃଶ୍ୟ ଦେଖିବାର ସୁଯୋଗ ମିଳିବ।

ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ବୃହସ୍ପତି ସୂର୍ଯ୍ୟଙ୍କୁ ଅତିକ୍ରମ କରିବା ପାଇଁ ୧୧.୮୬ ବର୍ଷ ନେଉଥିବା ବ‌େ‌ଳେ ଶନି ୨୯.୪ ବର୍ଷ ନେଇଥାଏ। ଯଦିଓ ଉଭୟ ବୃହସ୍ପତି ଓ ଶନି ଗ୍ରହ ପ୍ରତି ୧୯.୮ ବର୍ଷରେ ପାଖାପାଖି ହୁଅନ୍ତି, ମାତ୍ର ଏତେ ନିକଟବର୍ତୀ ହେବା ଗତ ୪ଶହ ବର୍ଷ ମଧ୍ୟରେ ଦୃଶ୍ୟମାନ ହୋଇନାହିଁ। ୨୦୦୦ ମସିହା ମେ’ ୨୮ ତାରିଖରେ ବୃହସ୍ପତି ଓ ଶନିକୁ ଏକାଠି ଦେଖିବାକୁ ମିଳିଥିଲା। ମାତ୍ର ଦୁଇ ଗ୍ରହ ମଧ୍ୟରେ ଦୂରତା ସେତେବେଳେ ୩ ଡିଗ୍ରି ଥିଲା। ତେଣୁ ଏହାକୁ ମିଳନ କୁହାଯାଉଥିବା ବେଳେ ଆସନ୍ତା ଡିସେମ୍ବର ୨୧ ତାରିଖରେ ଦୃଶ୍ୟମାନ ହେବାକୁ ଯାଉଥିବା ଘଟଣାକୁ ମହାମିଳନ ବୋଲି କୁହାଯାଉଛି।

ଏପରି ଘଟିବାର କାରଣ ସମ୍ପର୍କରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ସୂର୍ଯ୍ୟ ଚାରିପଟେ ୮ଟି ଗ୍ରହ ବୁଲୁଥିବା ବେଳେ ସବୁ ଗ୍ରହର ଗତି ଭିନ୍ନ। ୩ ସପ୍ତାହ ହେଲା ଦୁଇ ଗ୍ରହ ନିକଟବର୍ତୀ ହେବାରେ ଲାଗିଛନ୍ତି। ଏହା ସାଧାରଣତଃ ତାରା ସଦୃଶ ଆଲୋକ ବିନ୍ଦୁ ଭଳି ଦେଖାଯାଉଛନ୍ତି। ତେବେ ତାରାମାନଙ୍କଠାରୁ ଗ୍ରହ ଅଧିକ ଉଜ୍ଜ୍ବଳ ଓ ଚଳମାନ। ତେଣୁ ଏଥିରୁ ଗ୍ରହର ସ୍ଥିତି ଜାଣି ଏହି ବିରଳ ଦୃଶ୍ୟ ଦେଖିହେବ। ଏହାର ପୃଥିବୀ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ପୁନର୍ବାର ଏହି ଦୃଶ୍ୟ ୮ଶହ ବର୍ଷ ପରେ ଦୃଶ୍ୟମାନ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe