ବେଆଇନ ମଦ କାରବାରକୁ ନେଇ ମାଡ଼ପିଟ, ଠେଙ୍ଗା ମାଡ଼ରେ ୪ ଗୁରୁତର

ପୁଅ ଅଳିଆ ପକାଇଲା, ବାପାଙ୍କୁ ପନିକି ଚୋଟ

yovizag.com

ଝାରସୁଗୁଡ଼ା/ବ୍ରଜରାଜନଗର : ଝାରସୁଗୁଡ଼ା ଜିଲ୍ଲାର ଓଡ଼ିଶା-ଛତିଶଗଡ଼ ସୀମାନ୍ତ ରେଙ୍ଗାଲି ଥାନା ଅନ୍ତର୍ଗତ ବଡ଼ଧରା ଗାଁ ଖଜୁରିଆ ପଡ଼ାରେ ବେଆଇନ ମଦ କାରବାରକୁ ନେଇ ମାଡ଼ପିଟ ହୋଇଛି। ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଆକ୍ରମଣରେ ସରପଞ୍ଚଙ୍କ ସ୍ୱାମୀଙ୍କ ସମେତ ୪ ଜଣ ଗ୍ରାମବାସୀ ଗୁରୁତର ଆହତ ହୋଇଛି। ରେଙ୍ଗାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗାଁରେ ନାମଯଜ୍ଞ ଆୟୋଜନ ପାଇଁ ଏକ ସଭା ହୋଇଥିଲା। ଗାଁ ଚାଲିଥିବା ମଦ ବନ୍ଦ କରିବାକୁ ସଭାରେ ମହିଳାମାନେ ଦାବି କରିଥିଲେ। ଏହାକୁ ନେଇ ଗଣ୍ଡଗୋଳ ଉପୁଜିଥିଲା। ମଦ କାରବାର ଚଲାଇଥିବା ଗୋଷ୍ଠୀ ଠେଙ୍ଗାରେ ଆକ୍ରମଣ କରିଥିଲେ। ଆକ୍ରମଣରେ ବାଦୀମାଲ ଗ୍ରାମପଞ୍ଚାୟତର ସରପଞ୍ଚ ବୈଦେହୀ ପଧାନଙ୍କ ସ୍ୱାମୀ ହେମକୁମାର ପଧାନ ସହିତ ବସୁଦେବ ପଧାନ ,ଶତ୍ରୁଘ୍ନ ପଧାନ ଓ ଆଉ ଜଣେ ଆହତ ହୋଇଛନ୍ତି। ଆହତଙ୍କୁ ଲଖନପୁର ହସପିଟାଲରେ ଭର୍ତ୍ତି କରାଯାଇଥିବା ରେଙ୍ଗାଲି ଥାନା ଆଇଆଇସି ଦାନିଏଲ କେର୍କେଟା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe