ମହିଳାଙ୍କୁ ୪ କିମି. କାନ୍ଧରେ ବୋହିଲେ

Advertisment
ମହିଳାଙ୍କୁ ୪ କିମି. କାନ୍ଧରେ ବୋହିଲେ

ମୋହନା : ଗଜପତିଜ ଜିଲ୍ଲା ମୋହନା ବ୍ଳକ୍‌ ଡମ୍ବଗୁଡା ପ˚ଚାୟତର ଦୁର୍ଗମ ଗ୍ରାମ ଭାବେ ପରିଚିତ ନିଲଡିକିଲିଆ ଗ୍ରାମକୁ ଭଲ ରାସ୍ତା ନାହିଁ। ପାହାଡ଼ ପର୍ବତ ଚଲାବାଟ ଦେଇ ଯିବାକୁ ହେଉଛି। ହଠାତ୍, ଗ୍ରାମର ସସ୍ମିତା ମଳିକଙ୍କ ସ୍ବାସ୍ଥ୍ୟାବସ୍ଥା ସ˚କଟାପନ୍ନ ହେବାରୁ ଦୋଳାରେ ବୋହି ଡାକ୍ତରଖାନାକୁ ନିଆଯାଇଛି।

ନିଲଡିକିଲିଆ ଗ୍ରାମରେ କୋଡ଼ିଏ  ଆଦିବାସୀ ପରିବାର ବାସ କରନ୍ତି। ସେମାନଙ୍କ ପାଇଁ ଭଲ ରାସ୍ତା ନାହିଁ କି ପିଇବା ପାଣିର ସୁବିଧା ନାହିଁ। ଏଠାରେ ସରକାରଙ୍କ ମୌଳିକ ସୁବିଧା ଯୋଗାଇବାରେ ପ୍ରଶାସନ ଫେଲ୍‌ ମାରିଛି। ପୂର୍ବରୁ ମଧ୍ୟ ଗୁରୁତର ଅବସ୍ଥାରେ ‌ରୋଗୀଙ୍କୁ ଏଭଳି ଦୋଳାରେ ବୋହି ସ୍ଥାନାନ୍ତର କରିବା ପାଇଁ ଲୋକେ ବାଧ୍ୟ ହୋଇଥିବା ବେଳେ ସସ୍ମିତାଙ୍କୁ ପରିବାରବର୍ଗ ଦୋଳାରେ ବୋହି ବୁଢ଼ାନେଳି ଗ୍ରାମ ପର୍ଯ୍ୟନ୍ତ ଦନଇଥିଲେ। ସେଠାରୁ ଏକ ଅଟୋ ଯୋଗେ ଗୌଡ଼ଗୋଠ ସ୍ବାସ୍ଥ୍ୟକେନ୍ଦ୍ର ନିଆ ଯାଇଥିଲା। ଆମ୍ବୁଲାନ୍ସ କ’ଣ ସାଧାରଣ ବାଇକ୍‌ଟେ ମଧ୍ୟ ଏହି ରାସ୍ତା ଦେଇ ଯିବା କଷ୍ଟକର। ଏଣୁ, ପ୍ରଶାସନ ଗ୍ରାମପ୍ରତି ଦୃଷ୍ଟି ଦେବାକୁ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe