ଦିପହରେ ପେଟ୍ରୋଲ ପମ୍ପ୍‌ ମ୍ୟାନେଜର୍‌ଙ୍କୁ ମାଉଜର୍‌ ଦେଖାଇ ୪ ଲକ୍ଷ ଲୁଟ୍‌

ଦିପହରେ ପେଟ୍ରୋଲ ପମ୍ପ୍‌ ମ୍ୟାନେଜର୍‌ଙ୍କୁ ମାଉଜର୍‌ ଦେଖାଇ ୪ ଲକ୍ଷ ଲୁଟ୍‌

iStock

ତୁମୁଡ଼ିବନ୍ଧ : ଦିନ ଦିପହରେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଜଳେଶପଟା ନିକଟ ମା’ବରାଳଦେବୀ ପେଟ୍ରୋଲ୍‌ ପମ୍ପ୍‌ ମ୍ୟାନେଜର୍‌ଙ୍କୁ ମାଉଜର୍‌ ଦେଖାଇ ଦୁର୍ବୃତ୍ତ ଲୁଟି ନେଇଛନ୍ତି ପ୍ରାୟ ସାଢ଼େ ୪ ଲକ୍ଷ ଟଙ୍କା। ଲୁଟର ଶିକାର ହୋଇଥିବା ପେଟ୍ରୋଲ୍‌ ପମ୍ପ୍‌ ମ୍ୟାନେଜର୍‌ ଦେବାଶିଷ ନନ୍ଦ ଥାନାକୁ ଅବଗତ କରିବା ପରେ ତୁରନ୍ତ ପୁଲିସ ସହର ବିଭିନ୍ନ ରାସ୍ତାକୁ ସିଲ୍‌ କରି ଯାଞ୍ଚ ଚଳାଇଛି। ତେବେ ଅଭିଯୁକ୍ତଙ୍କ କୌଣସି ଟେର୍‌ ମିଳିନି। ଅନ୍ୟପକ୍ଷରେ ଏହି ଘଟଣାରେ ପେଟ୍ରୋଲ୍‌ ପମ୍ପ୍‌ ମାଲିକ ଥାନାରେ ଅଭିଯୋଗ କରିଥିବା ଥାନା ଅଧିକାରୀ ଜୟନ୍ତ ସେଠୀ ସୂଚନା ଦେଇଛନ୍ତି।

ସୂଚନା ପ୍ରକାରେ, ପେଟ୍ରୋଲ ପମ୍ପ୍‌ ମ୍ୟାନେଜର ନନ୍ଦ ଏକୁଟିଆ ନିଜ ବାଇକ୍‌ ଯୋଗେ ଏକ ବ୍ୟାଗ୍‌ରେ ୪ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଧରି ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଶାଖାକୁ ଜମା କରିବା ନିମନ୍ତେ ଯାଉଥିଲେ। ନେତାଜୀ ସୁଭାଷ ବୋଷ ଜୁନିଅର କଲେଜ ସମ୍ମୁଖରେ ହଠାତ୍‌ ତିନି ଜଣ ଦୁର୍ବୃତ୍ତ ଏକ ପଲସର୍‌ ବାଇକ୍‌ରେ ଆସି ତାଙ୍କୁ ପଛରୁ ଧକ୍କା ଦେଇଥିଲେ। ଫଳରେ ଦେବାଶିଷ ବାଇକ୍‌ ଅଟକାଇବା ପ‌ରେ ଦୁର୍ବୃତ୍ତମାନେ ଅତର୍କିତ ତାଙ୍କୁ ଆକ୍ରମଣ କରିଥିଲେ। ବହୁ ସମୟ ଧସ୍ତାଧସ୍ତି ପରେ ମଧ୍ୟ ଟଙ୍କା ବ୍ୟାଗ ତାଙ୍କ ହାତରୁ ଛଡ଼ାଇ ପାରି ନଥିଲେ। ପରେ ଦୁର୍ବୃତ୍ତ ମାଉଜର୍‌ ଦେଖାଇ ମାରିଦେବାକୁ ଧମକ ଦେବାରୁ ଦେବାଶିଷ ପ୍ରାଣଭୟରେ ବ୍ୟାଗ ଛାଡ଼ି ଦେଇଥିଲେ। ଏହାପରେ ଦୁର୍ବୃତ୍ତ ଟଙ୍କାବ୍ୟାଗ ନେଇ ଜଳେଶପଟା ହନୁମାନ ମନ୍ଦିର ରାସ୍ତାଦେଇ ସିର୍ଲା ରାସ୍ତା ଅଭିମୁଖେ ପଳାଇ ଯାଇଥିବା ଦେବାଶିଷ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe