ଭୁବନେଶ୍ବରରେ ପହଞ୍ଚିଲା ମୃତ ଦୁଇ ଓଡ଼ିଆଙ୍କ ମରଶରୀର, ରାଜ୍ୟ ସରକାରଙ୍କ ୪ ଲକ୍ଷର ଅନୁକମ୍ପା ରାଶି ଘୋଷଣା

Advertisment

ଶେଷ ଦର୍ଶନ କଲେ ଓଡ଼ିଶାର ଦୁଇ ଉପ ମୁଖ୍ୟମନ୍ତ୍ରୀ ଓ ବିଜେପି ରାଜ୍ୟ ସଭାପତି

ଶେଷ ଦର୍ଶନ କଲେ ଓଡ଼ିଶାର ଦୁଇ ଉପ ମୁଖ୍ୟମନ୍ତ୍ରୀ ଓ ବିଜେପି ରାଜ୍ୟ ସଭାପତି

ଭୁବନେଶ୍ବରରେ ପହଞ୍ଚିଲା ମୃତ ଦୁଇ ଓଡ଼ିଆଙ୍କ ମରଶରୀର, ରାଜ୍ୟ ସରକାରଙ୍କ ୪ ଲକ୍ଷର ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲା କୁଏତ୍ ଅଗ୍ନିକାଣ୍ଡରେ ମୃତ ଦୁଇ ଓଡ଼ିଆଙ୍କ ମର ଶରୀର। ସ୍ବତନ୍ତ୍ର ବିମାନ ଯୋଗେ ମୃତ ମହମ୍ମଦ ଜହୁର ଓ ସନ୍ତୋଷ ଗୌଡ଼ଙ୍କର ମର ଶରୀର ପହଞ୍ଚିଛି। ଏହି ଅବସରରେ ଶେଷ ଦର୍ଶନ କରିଛନ୍ତି ଓଡ଼ିଶାର ଦୁଇ ଉପ ମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓଏବଂ ପ୍ରଭାତୀ ପରିଡ଼ା ଓ କ୍ୟାବିନେଟ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଏତଦବ୍ୟତୀତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଆସିକା ସାଂସଦ ଅନୀତା ଶୁଭଦର୍ଶିନୀ  ଓ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଧ୍ୟ ଶେଷ ଦର୍ଶନ କରିଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଉଭୟଙ୍କ ପରିବାରର ନିକଟତମ ସଂପର୍କୀୟଙ୍କୁ ୪ ଲକ୍ଷର ଅନୁକମ୍ପା ରାଶି ଦିଆଯିବା ନେଇ ଘୋଷଣା କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଦୁଇ ଉପ ମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା।

ଏଠାରୁ ଦୁଇ ମୃତକଙ୍କ ମର ଶରୀର ସେମାନଙ୍କ ଗାଁକୁ ପଠଯିବ। ଗତକାଲି ବାୟୁସେନାର ହର୍କ୍ୟୁଲସ୍ ବିମାନରେ ଭାରତର ୪୫ ଜଣ ମୃତକଙ୍କ ପାର୍ଥିବ ଶରୀରକୁ ଭାରତ ଅଣାଯାଇଥିଲା। କୋଚି ବିମାନ ବନ୍ଦରରୁ ଆଜି ଜନ୍ମମାଟିକୁ ପଠାଯାଉଛି। କଟକରେ ଲୋକସଭା ସଦସ୍ୟ ଭର୍ତ୍ତୃହରି ମହତାବ ମୃତ ମହମ୍ମଦ ଜହୁର ଓ ଆସିକାରେ ସାଂସଦ ଅନୀତା ଶୁଭଦର୍ଶିନୀ  ଓ ମନ୍ତ୍ରୀ ବିଭୂତିଭୂଷଣ ଜେନା ସନ୍ତୋଷ ଗୌଡ଼ଙ୍କର ମର ଶରୀରକୁ ନେଇ ନିଜ ନିଜ ଗାଁକୁ ନେବେ ବୋଲି ଉପ ମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe