କଟକ : ବାହାନଗା ଟ୍ରେନ୍ ଦୁର୍ଘଟଣାର ମୃତାହତଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଟିମ୍ର ଅନେକ ସଦସ୍ୟ ଏବେ ମାନସିକ ସନ୍ତୁଳନ ହରାଇ ବସିଛନ୍ତି। ଏଭଳି ସ୍ଥିତିରେ ଏନ୍ଡିଆରଏଫ୍ , ଓଡ୍ରାଫ୍ ତଥା ଯବାନମାନଙ୍କ ମାନସିକସ୍ଥିତି ତଥା ମନୋବଳକୁ ଦୃଢ କରିବା ପାଇଁ ଏସ୍ସିବି ଉକୃଷ୍ଟ ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ୪ଜଣିଆ ଟିମ୍ ବାଲେଶ୍ବର ଯାଇଛନ୍ତି। ସେମାନେ ଉଦ୍ଧାରକାରୀ ଦଳକୁ ବିଭିନ୍ନ ପରାମର୍ଶ ଦେଇଛନ୍ତି।
ଯୋଗ, ଧ୍ୟାନ, ଖାଦ୍ୟପେୟ ତଥା କେମିତି ସେମାନେ ସ୍ବାଭାବିକ ସ୍ଥିତିକୁ ଆସିବେ ଓ ଏତେ ବଡ଼ ଦୁର୍ଘଟଣାରୁ ନିଜକୁ ବାହାରକୁ ଆଣି ପୁଣିଥରେ ନିଜର କାର୍ଯ୍ୟ ଜାରି ରଖିବେ, ସେ ସଂପର୍କରେ ପରାମର୍ଶ ଦେଉଛନ୍ତି। ଏହି କାର୍ଯ୍ୟ ଆଗକୁ କିଛି ଦିନ ଜାରି ରହିବ ବୋଲି କହିଛନ୍ତି ଏସ୍ସିବି ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ଅଜୟ ମିଶ୍ର ।
Follow Us