୪୦ ଲକ୍ଷର ଲୁହାପଥର ଚୋରା ଚାଲାଣ: ୧୦ ଟ୍ରକ୍‌ ଜବତ, ୧୦ ଗିରଫ

Advertisment
ମାନସିକ ଅନଗ୍ରସର ମହିଳାଙ୍କୁ ଦୁଷ୍କର୍ମ, ୬୫ ବର୍ଷୀୟ ବୃଦ୍ଧ ଅଟକ

Daily News

ଯୋଡ଼ା/ବଡ଼ବିଲ: ପ୍ରାୟ ୪୦ ଲକ୍ଷ ଟଙ୍କାର ଚୋରା ଲୁହାପଥର ଚାଲାଣ ବେଳେ ପୁଲିସ ଚଢ଼ଉ କରି ୧୦ଟି ଟ୍ରକକୁ ଜବତ କରିବା ୧୦ ଜଣଙ୍କୁ ଗିରଫ କରିଛି। ବାମେବାରୀ ଥାନା ପକ୍ଷରୁ ୬ଟି ଲୁହାପଥର ବୋଝେଇ ଟ୍ରକ୍‌ ଜବତ କରାଯାଇ ୬ଜଣଙ୍କୁ ଗିରଫ କରାଯାଇଛି। ସେହିପରି ନକଲି ନମ୍ବର ଲଗାଇ ବିଲେଟ୍‌ ଓ ପିଲେଟ୍‌ ଚୋରା ଚାଲାଣ କରୁଥିବା ବେଳେ ବଡ଼ବିଲ ପୁଲିସ ୪ ଜଣଙ୍କୁ ଧରିଛି। ପ୍ରାୟ ୩୦ ଲକ୍ଷ ଟଙ୍କାର ବିଲେଟକୁ ୧୮ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ସଉଦା କରାଯାଇଥିବା ଜଣାପଡ଼ିଛି। ୧୮ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ଅଗ୍ରୀମ ମିଳି ସାରିଥିବା ବେଳେ ଅବଶିଷ୍ଟ ୧୩ ଲକ୍ଷ ପଛରେ ଦିଆଯାଇଥାନ୍ତା। ତେବେ ପୁଲିସ ହାବୁଡ଼ରେ ପଡ଼ିବା ପରେ ଏଭଳି ଚୋରା ରାକେଟର ପର୍ଦ୍ଦାଫାସ ହୋଇଛି।

ସୂଚନା ଅନୁଯାୟୀ, ବାମେବାରୀ ଥାନା ଜଗଦଳା ଡ୍ୟାମ ନିକଟ ଓ ଜୁରୁଡି ଅଂଚଳରେ ପୁଲିସ ଚଢଉ କରି ୬ ଟି ଚୋରା ଲୁହାପଥର ଗୁଣ୍ତ ବୋଝେଇ ଟ୍ରକ ଜବତ କରିବା ସହିତ ୬ ଜଣ ଅଭିଯୁକ୍ତ ଟ୍ରକ ଡ୍ରାଇଭରଙ୍କୁ ଗିରଫ କରିଛି। ଜବତ ଟ୍ରକରେ ସମୁଦାୟ ୧୭୦ ଟନ ଚୋରା ଲୁହାପଥର ଗୁଣ୍ତ ଚାଲାଣ କରାଯାଉଥିଲା। ଏହାର ବଜାର ମୂଲ୍ୟ ଆଠ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି। ୨୮ ତାରିଖ ବିଳମ୍ବିତ ରାତ୍ରିରେ ରାଜ୍ୟ ବାହାର ବିଶାଖପାଟଣା ଓ ରାୟପୁରକୁ ଲୁହାପଥର ଗୁଣ୍ତ ଚୋରା ଚାଲାଣ କରାଯାଉଥିବା ଖବର ପାଇ ପୁଲିସ ଚଢ଼ଉ କରିଥିଲା। ଏହି ଚୋରା କାରବାରରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ପୁଲିସ ଅଧିକ ତଦନ୍ତ ଚଳାଇଥିବା ବାମେବାରୀ ଥାନା ଆଇଆଇସି ରାଜେନ୍ଦ୍ର ସ୍ବାଇଁ ପ୍ରକାଶ କରିଛନ୍ତି।

ସେହିପରି ୧୫ ତାରିଖରେ ବଡ଼ବିଲ ସ୍ଥିତ ରାଧାକ୍ରିଷ୍ଣା ଟ୍ରାନ୍ସପୋର୍ଟର ମାଧ୍ୟମରେ ଦୁଇଟି ୧୨ ଚକିଆ ଟ୍ରକରେ, ଶ୍ରୀ ଜଗନ୍ନାଥ ଷ୍ଟିଲ କାରଖାନାରୁ ବିଲେଟ୍ ବୋଝେଇ ହୋଇ ବିହାର ରାଜ୍ୟର ପାଟନା ସ୍ଥିତ ମଗଧ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ ଲିମିଟେଡ଼ କାରଖାନାକୁ ଯାଉଥିଲା। ଦୀର୍ଘ ୯ ଦିନ ବିତି ଯାଇଥିଲେ ହେଁ ଠିକଣା ସ୍ଥାନରେ ବିଲେଟ୍ ପହଞ୍ଚି ପାରି ନଥିଲା। ଏନେଇ ରାଧାକ୍ରିଷ୍ଣା ଟ୍ରାନ୍ସପୋର୍ଟର କର୍ମଚାରୀ ଲୋକନାଥ ସାହୁ ୨୩ ତାରିଖରେ ବଡ଼ବିଲ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗରେ ଦର୍ଶାଯାଇଥିଲା ଯେ ବିଲେଟ୍ ବୋଝେଇ ହୋଇ ବିହାର ଯାଉଥିବା ଟ୍ରକ ମାଲିକ ଓ ଚାଳକଙ୍କ ସଲାସୁତୁରାରେ ବିଲେଟ୍ ଠିକଣା ଜାଗାରେ ନପହଞ୍ଚାଇ ଅନ୍ୟ ଏକ ସ୍ଥାନରେ ବିକ୍ରି କରାଯାଇଥିଲା। ବଡ଼ବିଲ ପୁଲିସ ଖୋଳତାଡ଼ କରି ୨୯ ତାରିଖ ସମସ୍ତ ୪ଟି ଯାକ ଟ୍ରକକୁ ଠାବ କରିବାରେ ସଫଳ ହୋଇଥିଲା। ଦୁଇଟି ୧୨ ଚକିଆ ଟ୍ରକରେ ବୋଝେଇ ହୋଇଥିବା ୬୦ ଟନ୍ ବିଲେଟର ପ୍ରକୃତ ମୂଲ୍ୟ ୩୦ ଲକ୍ଷ ଟଙ୍କା। ଏହି ୬୦ ଟନ୍ ବିଲେଟକୁ ୧୮ ଲକ୍ଷ ଟଙ୍କାରେ ସଉଦା ହୋଇଥିଲା। ୫ ଲକ୍ଷ ଟଙ୍କା ଅଗ୍ରୀମ ବି ପହଞ୍ଚି ସାରିଥିଲା ବେଳେ ଅବଶିଷ୍ଟ ୧୩ ଲକ୍ଷ ଟଙ୍କା ମିଳି ନଥିଲା ।ମାଷ୍ଟର ମାଇଣ୍ଡ କୁହାଯାଉଥିବା ପଙ୍କଜ ତିୱାରୀଙ୍କ ସହ ତାଙ୍କ ସହଯୋଗୀ ଅରବିନ୍ଦ କୁମାର ତିୱାରୀ ଓ ଦୁଇ ଟ୍ରକ ମାଲିକ ଅରବିନ୍ଦ ସିଂ, ସୁରଜ ଯାଦବକୁ ବଡ଼ବିଲ ପୁଲିସ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe