୨ ବର୍ଷ ପରେ କନ୍ଧମାଳ ପୁଲିସକୁ ବଡ଼ ସଫଳତା : ଯବାନଙ୍କୁ ସାବାସୀ; ଏସ୍‌ପିଙ୍କୁ ପ୍ରଶଂସା

Advertisment
ଗଂଜାମ-କନ୍ଧମାଳ ସୀମାରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, କମ୍ବିଂ ଅପରେସନ୍‌ ଜାରି

english.newsnationtv.com ( Representational Pic)

ଫୁଲବାଣୀ : ମାଓ ଦମନ କ୍ଷେତ୍ରରେ ଆଜି ପୁଣି ୨ ବର୍ଷ ପରେ କନ୍ଧମାଳ ପୁଲିସକୁ ସଫଳତା ମିଳିଛି। ୪ ହାର୍ଡକୋର ମାଓବାଦୀ ଗୁଳିମାଡ଼ରେ ନିହତ ହୋଇଛନ୍ତି। ଏଥି ନିମନ୍ତେ ମାଓ ଦମନରେ ସାମିଲ ଥିବା ଯବାନମାନଙ୍କୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଟ୍ବିଟର୍ ଯୋଗେ ସାବାସୀ ଦେଇଛନ୍ତି। ସେହିଭଳି ଏସ୍‌ପି ପ୍ରତୀକ ଗୀତା ସିଂଙ୍କୁ ତାଙ୍କ ନିଷ୍ଠାପର କାର୍ଯ୍ୟ ପାଇଁ ପୁଲିସ ମହାନିର୍ଦ୍ଦେଶକ ଅଭୟ ପ୍ରଶଂସା କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ୨୦୧୮ ମସିହାରେ ପ୍ରତୀକ ଗୀତା ସିଂ କନ୍ଧମାଳରେ ଏସ୍‌ପି ଭାବେ ଯୋଗ ଦେବା ପରେ ସେହି ବର୍ଷ ମେ ମାସ ୧୩ ତାରିଖରେ ପୁଲିସକୁ ବଡ଼ ସଫଳତା ମିଳିଥିଲା। ସୁଡ୍ରୁକୁମ୍ପା ଜଙ୍ଗଲରେ ମାଓ କ୍ୟାମ୍ପ୍ ଚ‌ାଲିଥିବା ବେଳେ ବଡ଼ଧରଣର ଅଘଟଣ ଘଟାଇବାକୁ ଯୋଜନା ଚଳାଉଥିବା ଖବର ମିଳିଥିଲା। ମାଓବାଦୀଙ୍କ ଯୋଜନାକୁ ପୁଲିସ ଭଣ୍ଡୁର କରିବାରେ ସଫଳ ହୋଇଥିଲା। ଗୁଳିମାଡ଼ରେ ଏକାଥରକେ ୫ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ପରେ ବାଲିଗୁଡ଼ା ଅଞ୍ଚଳରେ ଜଣେ ମହିଳା ମାଓବାଦୀ ବି ଗୁଳିମାଡ଼ରେ ପ୍ରାଣ ହରାଇଥିଲେ। ଏହା ପରଠାରୁ ପ୍ରତିଶୋଧ ପରାୟଣ ହୋଇ ମାଓବାଦୀମାନେ ବହୁବାର ଅଘଟଣ ଘଟାଇବାକୁ ଯୋଜନା ଚଳାଇ ଆସୁଛନ୍ତି। କିନ୍ତୁ ସେମାନେ ସଫଳ ହୋଇପାରିନାହାନ୍ତି। ବରଂ କିଛି ମାଓବାଦୀ ପୁଲିସ ନିକଟରେ ଆତ୍ମସପର୍ମଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe