୪ଜଣ ଓଏଏସ୍‌ଙ୍କ ମଧ୍ୟରେ ଅଦଳବଦଳ

Advertisment
୪ଜଣ ଓଏଏସ୍‌ଙ୍କ ମଧ୍ୟରେ ଅଦଳବଦଳ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ୪ଜଣ ଓଏଏସ୍‌ ଅଧିକାରୀଙ୍କ ମଧ୍ୟରେ ସାମାନ୍ୟ ଅଦଳ ବଦଳ ହୋଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି।

ଏହି ବିଜ୍ଞପ୍ତି ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ଡିଆରଡିଏର ପ୍ରକଳ୍ପ ନିର୍ଦେଶକ ତୁଷାର କାନ୍ତ ମହାନ୍ତିଙ୍କୁ କଟକ ଲ୍ୟାଣ୍ଡ ରେକଡର୍ସ ଓ ସର୍ଭେକୁ ନିର୍ଦେଶକ ଭାବେ ବଦଳି ହୋଇଥିଲା। କିନ୍ତୁ ଏହି ଆଦେଶକୁ ବାତିଲ କରି ତାଙ୍କୁ ନିଜ ପଦବିରେ ରହିବାକୁ ଅନୁମତି ଦିଆଯାଇଛି। ସେହିପରି ବଲାଙ୍ଗୀର ଡିୟୁଡିଏ, ପିଡି ଯୁଗଳେଶ୍ବରୀ ଦାଶଙ୍କ ବରଗଡ଼ ସମବାୟ ଚିନିକଳକୁ ବଦଳି ବାତିଲ କରି ତାଙ୍କୁ ନିଜ ପଦବିରେ ରହିବାକୁ କୁହାଯାଇଛି। କିନ୍ତୁ ଗଜପତି ଡିଆରଡିଏ ପିଡି ବୀରେନ୍ଦ୍ର କୋର୍‌କୋରାଙ୍କୁ କୋପରେଟିଭ ସୋସାଇଟି, ଭୁବନେଶ୍ବରକୁ ପ୍ରାଶାସନିକ ଅଧିକାରୀ ଭାବେ ବଦଳି କରାଯାଇଛି। ବରଗଡ଼ ସମବାୟ ଚିନିକଳର ପରିଚାଳନା ନି‌େଦର୍ଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ପାଟଣାଗଡ଼ ଉପ ଜିଲ୍ଲାପାଳ ଯଦୁମଣି ମହଲାଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗକୁ ଉପ ସଚିବ ଭାବେ ବଦଳି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe